ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୪୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୨୦ରେ ପହଞ୍ଚିଛି ।
ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।
Details of today's reports are attached. @rvineel_krishna @HFWOdisha https://t.co/tzAiD7tcb7 pic.twitter.com/YRWMBP4N4N
— Collector and DM, Sundargarh (@DMSundargarh) July 25, 2020
ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩୪ଟି ସ୍ଥାନୀୟ ମାମଲା ରହିଛି । ଆଉ ୧୦ ଜଣଙ୍କ ଡାଇରେକ୍ଟ କଣ୍ଟାକ୍ଟ ଥିବା ବେଳେ ୩ ଜଣଙ୍କର ବାଙ୍ଗାଲୋର ଓ ଗୁଜୁରାଟ ଫେରନ୍ତା ରହିଛନ୍ତି ।
ଆହୁରି ମଧ୍ୟ ସ୍ଥାନୀୟ ମାମଲା ମଧ୍ୟରୁ ରାଉରକେଲା ମୁନିସିପାଲ୍ କର୍ପୋରେସନ୍ ଅଞ୍ଚଳରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ସଦର ବ୍ଲକ୍ ସ୍ଥିତ ବାଲିଗଡରୁ ଜଣେ ରହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୨୭୯ କରୋନା ମାମଲା ରହିଥିବା ବେଳେ ୭୩୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୪ଜଣ ମୃତ୍ୟୁବରଣ କରିଛନ୍ତି।
Comments are closed.