Latest Odisha News

BREAKING NEWS

୯ଟି ଜିଲ୍ଲାକୁ ରାଜ୍ୟ ସରକାର ମରୁଡ଼ି ଘୋଷଣା କଲେ

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଦିନ ୯ଟି ଜିଲ୍ଲାକୁ ମରୁଡ଼ି ଘୋଷିତ କରିଛନ୍ତି । ମରୁଡ଼ି ପ୍ରପୀଡ଼ିତ ଏହି ୯ଟି ଜିଲ୍ଲାରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ପ୍ରକାଶ ।

ରାଜ୍ୟ ସଚିବାଳୟଠାରେ ଗଣମାଧ୍ୟମକୁ ଏସମ୍ପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, ଯେଉଁ ଜିଲ୍ଲା ଗୁଡ଼ିକ ମରୁଡ଼ି ପ୍ରପୀଡ଼ିତ ବୋଲି ଘୋଷିତ ହୋଇଛି ସେହି ଜିଲ୍ଲା ଗୁଡ଼ିକ ହେଲା – ବରଗଡ଼, ବଲାଙ୍ଗୀର, ଦେଓଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ।

ସେ କହିଛନ୍ତି, ମରୁଡ଼ି ଘୋଷିତ ୯ଟି ଜିଲ୍ଲାର ୧୬ଟି ପୌରାଞ୍ଚଳ, ୬୬ଟି ବ୍ଲକର ମୋଟ ୫୬୩୩ଟି ଗ୍ରାମକୁ ମରୁଡ଼ି ଘୋଷଣା କରାଯାଇଛି । ଏହି ସବୁଜିଲ୍ଲାର ୨, ୩୩,୧୭୩ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି ।

ରାଜ୍ୟ ସରକାର ମରୁଡ଼ି ଘୋଷିତ ଜିଲ୍ଲାମାନଙ୍କରେ ତୁରନ୍ତ ରିଲିଫ ବ୍ୟବସ୍ଥା କରି ଜିଲ୍ଲାପାଳମାନଙ୍କୁ ରିଲିଫ ବଣ୍ଟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.