ନୂଆ ଦିଲ୍ଲୀ: କାରଗିଲ ବିଜୟ ଦିବସରେ ଭାରତୀୟ ବୀର ଯବାନଙ୍କ ସାହସ ଓ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୧ ବର୍ଷ ପୂର୍ବେ ପାକିସ୍ତାନ ବଡ ବଡ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବାକୁ ହୀନ ଉଦ୍ୟମ କରିଥିଲା । ଭାରତର ମିତ୍ରତା ପ୍ରସ୍ତାବରେ ପାକିସ୍ତାନ ଦ୍ୱାରା ପିଠିରେ ଛୁରୀ ମାରିବାର ଉଦ୍ୟମ କରାଯାଇଥିଲା । ହେଲେ ଭାରତର ବୀର ଯବାନ ଏହାକୁ ଧୂଳିସାତ କରିଦେଇଥିଲେ ।
ସେଦିନ ଭାରତର ବୀର ସେନାବାହିନୀ ଯେଉଁ ପରାକ୍ରମ ଦେଖାଇଲେ, ଭାରତ ନିଜର ଯେଉଁ ଶକ୍ତି ପ୍ରଦର୍ଶନ କଲା, ତାହା ସାରା ବିଶ୍ୱ ଦେଖିଲା ବୋଲି ମୋଦି ଦେଶବାସୀଙ୍କୁ କହିଛନ୍ତି । ଆଜିକାଲି ଯୁଦ୍ଧ କେବଳ ସୀମାରେ ନୁହେଁ, ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଏକସଙ୍ଗେ ଲଢିବାକୁ ପଡିଥାଏ ଏବଂ ପ୍ରତ୍ୟକ ଦେଶବାସୀ ଏଥିରେ ନିଜର ଭୂମିକା ନିର୍ଣ୍ଣୟ କରିବାକୁ ହୋଇଥାଏ । ଦେଶର ସୀମାରେ ଦୁର୍ଗମ ପରିସ୍ଥିତିରେ ସଂଗ୍ରାମରତ ଆମ ସୈନିକମାନଙ୍କୁ ସ୍ମରଣ କରି ଆମକୁ ନିଜ ଭୂମିକା ସ୍ଥିର କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Comments are closed.