Latest Odisha News

BREAKING NEWS

ଲୁଟ୍ ପରେ ନାବାଳିକା ଦୁଷ୍କର୍ମ ଘଟଣା: ଅମାନୁଷିକତାର ଚରମ ସୀମା ଟପିଗଲେ ଦୁର୍ବୃତ୍ତ

ବ୍ରହ୍ମପୁର : ନାବାଳିକା ଦୁଷ୍କର୍ମ ତଥା ନିର୍ଯ୍ୟାତିତା ଘଟଣା ଦିନକୁ ଦିନ ସୀମା ଅତିକ୍ରମ କରୁଥିବାବେଳେ ପୁଣିଥରେ ଏହିପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର କବି ସୂର୍ଯ୍ୟନଗରରେ ।

କିଛି ଦୁବୃର୍ତ୍ତ କବି ସୂର୍ଯ୍ୟନଗର ଅଞ୍ଚଳରେ ଥିବା ଏକ ଘରେ କଳାକନା ବୁଲାଇବାକୁ ଆସି ସେହି ଘରର ୮-୯ ବର୍ଷିୀୟ ନାବାଳିକା ଶିଶୁକୁ ଉଠାଇ ନେଇ ତାକୁ ଅତ୍ୟନ୍ତ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ ।

 ଘଟଣାକ୍ରମାନୁଯାୟୀ ଘରର ସମସ୍ତ ସଦସ୍ୟ ଶୋଇଥିବାବେଳେ ନିଶାର୍ଦ୍ଧର ଫାଇଦା ଉଠାଇ ଦୁବୃର୍ତ୍ତ ଘର ମଧ୍ୟକୁ ପ୍ରବେଶ କରିଥିଲେ । ଘରେ ଥିବା ଆଲମିରାକୁ ଭାଙ୍ଗି ଟଙ୍କା ସୁନା ଅଳଙ୍କାର ଲୁଟପାଟ କରିଥିଲେ । ଏହାପରେ ଦୁର୍ବୃତମାନେ ଅତି ଅମାନୁଷିକ ଭାବେ ଘରେ ଶୋଇଥିବା ୯ ବର୍ଷର ନାବାଳିକାକୁ ମୁହଁରେ କପଡ଼ା ବାନ୍ଧି ଅପହରଣ କରି ନେଇଯାଇଥିଲେ । ଘରର ପ୍ରାୟ କିଛି ବାଟ ଗଲାପରେ ଏକ ନିଛାଟିଆ ଜାଗାରେ  ଦୁର୍ବୃତମାନେ ନାବାଳିକାକୁ ଅତି ଅମାନୁଷିକ ଭାବେ ଗଣଦୁଷ୍କର୍ମ କରିଥିଲେ । ସେଠାରେ ନାଳବାଳିକାକୁ ଅଚେତ ଅବସ୍ଥାରେ ଛାଡ଼ି ଦୁର୍ବୃତମାନେ କେଉଁଆଡ଼େ ଚମ୍ପଟ ମାରିଥିଲେ । ଘରେ ଥିବା ସାନ ଭାଇ ରାତ୍ରରେ କାନ୍ଦୁଥିବା ନେଇ ଅନ୍ୟ ଘରେ ଶୋଇଥିବା ବାପା ଉଠି ଦେଖିବା ବେଳକୁ ଘରର ସାମଗ୍ରୀ ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଝିଅ ଶୋଇଥିବା ସ୍ଥାନରେ ନଥିବା ଯୋଗୁଁ ବାହାରକୁ ଯାଇ ଏଣେତେଣେ ଖୋଜିଥିଲେ । ଏହାପରେ ଗ୍ରାମବାସୀଙ୍କ ସହାୟତାରେ ଝିଅକୁ ଖୋଜିବାରେ ଲାଗିପଡିଥିଲେ ସମସ୍ତେ ।

ଅତ୍ୟନ୍ତ ମୁର୍ମୁଷ ଅବସ୍ଥାରେ ଶିଶୁକୁ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କର କାହା ସହିତ କୌଣସି ପ୍ରକାର ଶତ୍ରୁତା ନାହିଁ ବୋଲି ପୋଲିସକୁ କହିଥିଲେ ପିଡିତାଙ୍କ ବାପା ।

ଅନ୍ୟପକ୍ଷରେ ଏଭଳି ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୨ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଜୋରଦାର ପ୍ରୟାସ ଜାରି ରଖିଛି ।

ଆହୁରି ମଧ୍ୟ ନାବାଳିକା ଦୁଷ୍କର୍ମ ପରି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଥିବାବେଳେ ଏଭଳି ଲଜ୍ଜାଜନକ ତଥା ପାଶବିକ କାର୍ଯ୍ୟ କରିବା ପାଇଁ ଅଭିଯୁକ୍ତ ମାନେ ତିଳେମାତ୍ର ଚିନ୍ତା କରୁନାହାନ୍ତି । ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତି ମଧ୍ୟ ଖାତିର ନାହିଁ ଏଭଳି କଦର୍ଯ୍ୟ ଚିନ୍ତାଧାରା ମଣିଷଙ୍କର ।

Leave A Reply

Your email address will not be published.