ଭୁବନେଶ୍ୱର:ଫିଲ୍ମ ନିର୍ଦ୍ଦେଶକ ପିଣ୍ଟୁ ନନ୍ଦଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଜଣେ ଯୁବତୀ। ପିଣ୍ଟୁଙ୍କୁ ଦେଖା କରିବାବେଳେ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଭୁବନେଶ୍ୱରର ଏକ ସୁଟିଂ ସେଟରେ ବୁଧବାର ସନ୍ଧ୍ୟାରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏବଂ ତାଙ୍କର ଦୁଇ ସହଯୋଗୀ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଏଫଆଇଆର ଦାଖଲ କରାଯାଇଛି।
ଏଫଆଇଆର ଅନୁଯାୟୀ, ନୟାପଲି ପୋଲିସ ପିଣ୍ଟୁ ନନ୍ଦ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ୧୫ ଦିନ ମଧ୍ୟରେ ପୋଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।
କଟକ ଜିଲ୍ଲାର ଏହି ଝିଅ ଅଭିଯୋଗ କରିଛନ୍ତି ଯେ, ପିଣ୍ଟୁ ଏବଂ ତାଙ୍କ ସହଯୋଗୀମାନେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଯଦି ସେ ଏହି କଥା କାହାକୁ ଜଣାନ୍ତି ତେବେ ତାର ଭୟଙ୍କର ପରିଣତି ଭୋଗିବାକୁ ପଡିବ ବୋଲି ମଧ୍ୟ ସେମାନେ ଧମକ ଦେଇଥିଲେ। ସେମାନଙ୍କ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଯୁବତୀ ଜଣଙ୍କ।
ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିଣ୍ଟୁ ନନ୍ଦ। ପିଣ୍ଟୁ କହିଛନ୍ତି ଯେ ସେ ଏହି ଯୁବତୀଙ୍କୁ ଚିହ୍ନିନାହାନ୍ତି କି କେବେ କଥା ହୋଇନାହାନ୍ତି। ତେବେ ଯୁବତୀ ଜଣଙ୍କ ଥାନାରେ କାହିଁକି ଅଭିଯୋଗ କଲେ ସେ ସମ୍ପର୍କରେ ସେ ଜାଣିନାହାନ୍ତି।
Comments are closed.