ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଲମ୍ଫ । ଏକାଥରକେ ୫୨ ହଜାର ପାର୍ । ଗତ ୨୪ ଘଣ୍ଟାରେ ସାମନାକୁ ଆସିଛି ୫୨ ହଜାର ୧୨୩ ନୂଆ ପଜିଟିଭ୍ କେସ୍ । ପ୍ରଥମ ଥର ଏତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ପାଖାପାଖି ପହଞ୍ଚି ଯାଇଛି ।
ଦେଶରେ ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହେଲେ ମୋଟ୍ ୧୫ ଲକ୍ଷ ୮୩ ହଜର ୭୯୨ । ପୂର୍ବରୁ ଗୋଟିଏ ଦିନରେ ପାଖାପାଖି ୫୦ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଜୁଲାଇ ୨୭ ତାରିଖରେ ବାହାରିଥିଲେ ସର୍ବାଧିକ ୪୯ ହଜାର ୯୩୧ ନୂଆ ଆକ୍ରାନ୍ତ ।
୭୭୫ ମୁଣ୍ଡ ନେଲା କରୋନା
କମୁନି ମୃତ୍ୟୁ ସଂଖ୍ୟା । ୩୫ ହଜାର ପାଖାପାଖି ପହଞ୍ଚିଲାଣି । ଗତ ୨୪ ଘଣ୍ଟାରେ ଯାଇଛି ଆଉ ୭୭୫ ଜୀବନ । ମୋଟ୍ ମୃତ୍ୟୁ ସଂଖ୍ୟା ୩୪ ହଜାର ୯୬୮କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୨.୨୦ ପ୍ରତିଶତ ।
୧୦ ଲକ୍ଷରୁ ଅଧିକ ସୁସ୍ଥ
ସଂକ୍ରମଣ ଭିତରେ ଆଶ୍ୱସ୍ତିକର ଖବର ହେଉଛି, ଦେଶରେ ସୁସ୍ଥତା ହାର ଭଲ । ଏହାରି ଭିତରେ ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୫୮୨ । ମୋଟ୍ ଆକ୍ରାନ୍ତଙ୍କ ୬୪ ପ୍ରତିଶତ ସୁସ୍ଥ ହେଲେଣି ।
BREAKING NEWS
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…
- Low Pressure: ବଙ୍ଗୋପସାଗରରେ ୧୩ରେ ଲଘୁଚାପ! ଭିଜିବ ଦଶହରା ନା ପାଗ ରହିବ ଶୁଖିଲା? ଆସିଲା ବଡ଼ ଅପଡେଟ୍
- SI Recruitment Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତିରେ ଇଡିର ବଡ଼ ଆକ୍ସନ୍! କୋଟି କୋଟି ଟଙ୍କାର ମନି ଟ୍ରେଲ୍ ଖୋଜୁଛି ତଦନ୍ତକାରୀ ସଂସ୍ଥା, ମୁନା ମହାନ୍ତିଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍
- Student Polls: ଜେନ୍-ଜିଙ୍କୁ ଡରୁଛି ବିଜେପି? ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ ଅଭିଯୋଗ, ରାସ୍ତାକୁ ଓହ୍ଲାଇବ ବିଜେଡି!
- Delhi on High Alert: ଦିଲ୍ଲୀରେ ହାଇଆଲର୍ଟ! ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୬୬ରୁ ଅଧିକ ଟ୍ରେନ୍ ବାତିଲ୍, ହଜାର ହଜାର ସୁରକ୍ଷାକର୍ମୀଙ୍କ ନଜର; CJP ପ୍ରଦର୍ଶନ ପୂର୍ବରୁ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ

Comments are closed.