Latest Odisha News

BREAKING NEWS

କରୋନାର ଲମ୍ବା ଲମ୍ଫ, ଗୋଟିଏ ଦିନରେ ରେକର୍ଡ ୫୨ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଲମ୍ଫ । ଏକାଥରକେ ୫୨ ହଜାର ପାର୍ । ଗତ ୨୪ ଘଣ୍ଟାରେ ସାମନାକୁ ଆସିଛି ୫୨ ହଜାର ୧୨୩ ନୂଆ ପଜିଟିଭ୍ କେସ୍ । ପ୍ରଥମ ଥର ଏତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ପାଖାପାଖି ପହଞ୍ଚି ଯାଇଛି ।
ଦେଶରେ ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହେଲେ ମୋଟ୍ ୧୫ ଲକ୍ଷ ୮୩ ହଜର ୭୯୨ । ପୂର୍ବରୁ ଗୋଟିଏ ଦିନରେ ପାଖାପାଖି ୫୦ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଜୁଲାଇ ୨୭ ତାରିଖରେ ବାହାରିଥିଲେ ସର୍ବାଧିକ ୪୯ ହଜାର ୯୩୧ ନୂଆ ଆକ୍ରାନ୍ତ ।
୭୭୫ ମୁଣ୍ଡ ନେଲା କରୋନା
କମୁନି ମୃତ୍ୟୁ ସଂଖ୍ୟା । ୩୫ ହଜାର ପାଖାପାଖି ପହଞ୍ଚିଲାଣି । ଗତ ୨୪ ଘଣ୍ଟାରେ ଯାଇଛି ଆଉ ୭୭୫ ଜୀବନ । ମୋଟ୍ ମୃତ୍ୟୁ ସଂଖ୍ୟା ୩୪ ହଜାର ୯୬୮କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୨.୨୦ ପ୍ରତିଶତ ।
୧୦ ଲକ୍ଷରୁ ଅଧିକ ସୁସ୍ଥ
ସଂକ୍ରମଣ ଭିତରେ ଆଶ୍ୱସ୍ତିକର ଖବର ହେଉଛି, ଦେଶରେ ସୁସ୍ଥତା ହାର ଭଲ । ଏହାରି ଭିତରେ ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୫୮୨ । ମୋଟ୍ ଆକ୍ରାନ୍ତଙ୍କ ୬୪ ପ୍ରତିଶତ ସୁସ୍ଥ ହେଲେଣି ।

Leave A Reply

Your email address will not be published.