ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଲମ୍ଫ । ଏକାଥରକେ ୫୨ ହଜାର ପାର୍ । ଗତ ୨୪ ଘଣ୍ଟାରେ ସାମନାକୁ ଆସିଛି ୫୨ ହଜାର ୧୨୩ ନୂଆ ପଜିଟିଭ୍ କେସ୍ । ପ୍ରଥମ ଥର ଏତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ପାଖାପାଖି ପହଞ୍ଚି ଯାଇଛି ।
ଦେଶରେ ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହେଲେ ମୋଟ୍ ୧୫ ଲକ୍ଷ ୮୩ ହଜର ୭୯୨ । ପୂର୍ବରୁ ଗୋଟିଏ ଦିନରେ ପାଖାପାଖି ୫୦ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଜୁଲାଇ ୨୭ ତାରିଖରେ ବାହାରିଥିଲେ ସର୍ବାଧିକ ୪୯ ହଜାର ୯୩୧ ନୂଆ ଆକ୍ରାନ୍ତ ।
୭୭୫ ମୁଣ୍ଡ ନେଲା କରୋନା
କମୁନି ମୃତ୍ୟୁ ସଂଖ୍ୟା । ୩୫ ହଜାର ପାଖାପାଖି ପହଞ୍ଚିଲାଣି । ଗତ ୨୪ ଘଣ୍ଟାରେ ଯାଇଛି ଆଉ ୭୭୫ ଜୀବନ । ମୋଟ୍ ମୃତ୍ୟୁ ସଂଖ୍ୟା ୩୪ ହଜାର ୯୬୮କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୨.୨୦ ପ୍ରତିଶତ ।
୧୦ ଲକ୍ଷରୁ ଅଧିକ ସୁସ୍ଥ
ସଂକ୍ରମଣ ଭିତରେ ଆଶ୍ୱସ୍ତିକର ଖବର ହେଉଛି, ଦେଶରେ ସୁସ୍ଥତା ହାର ଭଲ । ଏହାରି ଭିତରେ ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୫୮୨ । ମୋଟ୍ ଆକ୍ରାନ୍ତଙ୍କ ୬୪ ପ୍ରତିଶତ ସୁସ୍ଥ ହେଲେଣି ।
BREAKING NEWS
- ପ୍ରାୟ ୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି
- ଚାଲିଛି ଶେଷ ପର୍ଯ୍ୟାୟ ମତଦାନ: ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭ ପ୍ରତିଶତ ଭୋଟିଂ
- ଛିଡା ଛିଡା ଜଳିଗଲା ୪ ବସ
- ରାଜସ୍ବ ଗ୍ରାମ ଦାବି ନେଇ ଭୋଟ୍ ବର୍ଜନ କଲେ ରାମଚନ୍ଦ୍ରପୁର ବାସିନ୍ଦା
- ସାଲେପୁରରେ ନିର୍ବାଚନୀ ହିଂସା, ଏଜେଣ୍ଟଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ
- ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଜଣେ, ମୃତ୍ୟୁ ସଂଖ୍ୟ ୮କୁ ବୃଦ୍ଧି
- କାର୍ଯ୍ୟରେ ଅବହେଳା ଯୋଗୁଁ ପ୍ରିଜାଇଡିଂ ଅଫିସର ନିଲମ୍ବିତ
- ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ
- ଭୋଟ୍ ପାଇଁ କିଏ ରକ୍ତମୁଖା?
- ବରୀରେ ବୁଥ୍ ରିଗିଂ ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ସାନି ମତଦାନ ଦାବି ନେଇ ଧାରଣା