ଚେନ୍ନାଇ:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଲିତାଙ୍କ ଘରୁ ୪ କେଜିରୁ ଅଧିକ ସୁନା ଏବଂ ୬୦୦୦ କେଜିର ରୂପା ମିଳିଛି । ଏଆଇଏଡିଏମକେର ସାଧାରଣ ସମ୍ପାଦକ ସ୍ୱର୍ଗତଃ ଜୟଲଳିତାଙ୍କ ବାସଭବନ ଦେବ ନିଲୟମଙ୍କୁ ସ୍ମାରକୀ କରାଯିବ । ଏ ନେଇ ସରକାରଙ୍କ ପକ୍ଷରୁ ଏହି ଅଧ୍ୟାଦେଶ ଜାରି କରାଯାଇଛି ।
ମୋଟ ୩୨୭୨୧ ଅସ୍ଥାବର ସମ୍ପତି ମଧ୍ୟରେ ସୁନା, ରୂପା ବ୍ୟତୀତ ୧୧ଟିଭି, ୧୦ ଫ୍ରିଜ, ୩୮ ଏସି, ୨୯ ଟେଲିଫୋନ ପରି ଜିନିଷ ରହିଛି । ଜୟଲଳିତା ବହି ପଢ଼ିବାକୁ ଭଲ ପାଉଥିଲେ ତାହା ପ୍ରମାଣିତ ମଧ୍ୟ ହୋଇଛି । ତାଙ୍କ ଘରୁ ୮୩୭୬ ପୁସ୍ତକ ମିଳଛି । ତାଙ୍କ ବାସଭବନର କ୍ରୟ ମୂଲ୍ୟ ୬୭.୯ କୋଟି ଟଙ୍କା ସିଭିଲ କୋର୍ଟରେ ଜମା କରି ତାମିଲନାଡୁ ସରକାରଙ୍କ ନିକଟରେ ଘୋଷଣା କରିଛି ।
Comments are closed.