ମୁମ୍ବାଇ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ଏଥିସହିତ ସେ ୨୬ଟି କାରଣ ସମ୍ପର୍କରେ ମଧ୍ୟ ବତାଇଛନ୍ତି।
ସୁବ୍ରମଣ୍ୟମଙ୍କ ଏଭଳି କଥା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସେ ଟ୍ୱିଟରେ ୨୬ଟି କାରଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
Why I think Sushanth Singh Rajput was murdered pic.twitter.com/GROSgMYYwE
— Subramanian Swamy (@Swamy39) July 30, 2020
ସେ ଟ୍ୱିଟରରେ ଏକ ନୋଟ୍ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି “ମୋତେ କାହିଁକି ଲାଗୁଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି”।
ଅଧିକ ପଢନ୍ତୁ- ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା: ପୂର୍ବତନ ପ୍ରେମିକା ଲେଖିଲେ ସତ୍ୟର ବିଜୟ
ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ଏଫଆଇଆର୍ ଦାଏର କରିଛନ୍ତି । ଏପରିକି ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ନେଇ ସେ ଅଭିଯୋଗ ମଧ୍ୟ କରିଛନ୍ତି।
Comments are closed.