Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ଆଜି ଦିନର ମହତ୍ତ୍ୱ

 ତା ୩୧-୭-୨୦୨୦ ଶୁକ୍ରବାର

ଆଜି ହେଉଛି ୨୦୨୦ ମସିହା ଜୁଲାଇ ମାସ ତା ୩୧ ରିଖ ଶୁକ୍ରବାର କର୍କଟ ୧୬ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର
ଘାତ ବାର :- ବିଛା ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର:- ତୁଳା ଓ କୁମ୍ଭ ରାଶି ପୁରୁଷ ବୃଷ ମିଥୁନ ରାଶି ମହିଳାଙ୍କର
ଆଜି: ପୋଇ ଖାଇବା ନିଷେଧ
ଆଜି-ପବିତ୍ରା ରୋପଣ ଦ୍ୱାଦଶୀ ଓ ଗରୁଡ ଶୟନ

ମେଷ

କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । ମାଲିମକଦମାରେ ବିଜୟ ଲାଭ କରିବେ । ପାରିବାରିକ ଜୀବନରେ ସ୍ନେହ ଶ୍ରଦ୍ଧା ମମତା ଅତୁଟ ରହିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ଖ୍ୟାତି ଅର୍ଜନ କରିବେ ।

ବୃଷ

ପୂର୍ବର ସମସ୍ୟା ଓ ପ୍ରତିବନ୍ଧକ ଦୂର ହେବ । ଶତୃମାନେ ପରାଜିତ ହେବେ । ଦେହ ମନ ସୁସ୍ଥ ରହିବ । ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ । ମହିଳାମାନେ ପ୍ରଶଂସନୀୟା ହେବେ ।

ମିଥୁନ
ଧୀର ସ୍ଥିର ଭାବରେ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ। ମହିଳାମାନେ ଅପମାନିତ ସମାଲୋଚିତ ହେବେ ।

କର୍କଟ

ଜଗି ରଖି ଚଳନ୍ତୁ ନଚେତ୍ ଅସୁବିଧା ଦେଖା ଦେଇପାରେ । ଗୁପ୍ତ ଶତୃମାନେ ସକ୍ରିୟ ହୋଇ ଉଠିବେ । କର୍ମ କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।

ସିଂହ

ଅର୍ଥ ଓ ସମ୍ମାନ ମିଳିବ । ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳତା ଲାଭ କରିବେ । ଦୂର ଯାତ୍ରାର ଯୋଗ ରହିଛି ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା
କଥା ବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ । ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଖା ଦେଇପାରେ । ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ ।

ତୁଳା

ଧନ ମାନ ସମ୍ମାନର ଅଧିକାରୀ ହେବେ । ଆଶା କରୁଥିବା ଦିଗରୁ ସଫଳତା ମିଳିବ । ସ୍ଵାଦିଷ୍ଟ ଭୋଜନ ମିଳିବ ।ରାଜନୀତି କ୍ଷେତ୍ରରେ ଥିଲେ ଜନ ସମାଜରେ ପ୍ରଶଂସିତ ହେବେ । ମାଲିମକଦମାରେ ବିଜୟ ଲାଭ କରିବେ ।

ବିଛା

ସତର୍କତାର ସହ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି । ଆଳସ୍ୟ ଓ ଅବହେଳାରୁ ଦୋଷି ସାବ୍ୟସ୍ତ ହୋଇପାରନ୍ତି । ଦୂର ଯାତ୍ରା କରନ୍ତୁ ନାହିଁ ଯାନ୍ତ୍ରିକ ତୃଟି ବା ଦୁର୍ଘଟଣା ଦେଖା ଦେଇପାରେ ।

ଧନୁ

ଅପେକ୍ଷାରତ ଶୁଭ ଖବର ପାଇ ମନ ଖୁସି ରହିବ । ସନ୍ତାନ ମାନେ ଆଜ୍ଞାଧୀନ ହେବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ । ଜୀବନ ସାଥୀର ପ୍ରେରଣା ମନବଳକୁ ଦ୍ବିଗୁଣିତ କରିବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

ମକର

ପରିବାରରେ ସୁସମ୍ପର୍କ ପୂର୍ବ ପରି ଅତୁଟ ରହିବ । ପ୍ରେମ ପ୍ରଣୟ ଦିଗରେ ସଫଳତା ଲାଭ କରିବେ । ବନ୍ଧୁ ମିଳନର ଯୋଗ ରହିଛି । ଶତୃମାନେ ପରାଜିତ ହେବେ ସୁସ୍ୱାଦୁ ଭୋଜନ ମିଳିବ ।

କୁମ୍ଭ

ଆର୍ଥିକ ସମସ୍ୟା ମନକୁ ଭାରାକ୍ରାନ୍ତ କରାଇବ । ସ୍ୱାସ୍ଥ୍ୟ ଗତ କାରଣକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ବାଧ୍ୟ ହେବେ । ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରିବ ।

ମୀନ

ମରିଚିକା ପଛରେ ଘୋଡାଇ ଶେଷରେ ନିରାଶ ହେବେ । ସାମାଜିକ କ୍ଷେତ୍ରରେ ଅସମ୍ମାନିତ ହେବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ । ଦେହ ମନ ଅସୁସ୍ଥ ହୋଇ ପଡିବ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Leave A Reply

Your email address will not be published.