Latest Odisha News

BREAKING NEWS

ନାବାଳିକା ଆତ୍ମହତ୍ୟା ଘଟଣାରେ ଭାପୁର ଫାଣ୍ଡି ଏଏସଆଇ ସସପେଣ୍ଡ

ଢେଙ୍କାନାଳ: ଅସଦାଚରଣର ଶିକାର ଜଣେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଏଏସଆଇ ପଦ୍ମନାଭ ବେହେରା ସସପେଣ୍ଡ । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି ।

ଅଭିଯୋଗ ହୋଇଥିଲା, ଅସଦାଚରଣ ଅଭିଯୋଗରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ନେବାରୁ ପୀଡ଼ିତା ନାବାଳିକା ଆତ୍ମହତ୍ୟା କରିଥିଲେ । ଅସଦାଚରଣ ନେଇ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକ । କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା ।

ଗତ ୬ ତାରିଖରେ ନାବାଳିକା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ସେ ଘରେ ଏକା ଥିବା ବେଳେ ଜଣେ ଯୁବକ ଅସଦାଚରଣ କରିଥିଲା । ଏପରିକି ପରେ ଧମକ ଚମକ ବି ଦେଉଥିଲା ଅଭିଯୁକ୍ତ । ପୋଲିସ ତଦନ୍ତରେ ନିଷ୍କ୍ରିୟତା ଦେଖାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.