Latest Odisha News

ଅନୁଗୁଳରେ ୩ଜଣ ଯୁବକଙ୍କ ଦ୍ୱାରା ଯୁବତୀ ଗଣଦୁଷ୍କର୍ମର ଶିକାର, ଜଣେ ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁ ଓ ତାଙ୍କର ୨ଜଣ ସାଙ୍ଗଙ୍କ ଦ୍ୱାରା ଅପହୃତ ହୋଇ ପରେ ଦୁଷ୍କର୍ମର ଶିକାର ହେବା ପରି ଏକ ଅଭାବନୀୟ ଘଟଣା ଘଟିଛି ।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ପାଲଲହଡ଼ା ପୋଲିସ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ ରଖିଛନ୍ତି ।

ଅଭିଯୁକ୍ତ ଜଣକ ଝିମିରିପାଲି ଗ୍ରାମର କାଳିଆ ମହାକୁଳ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ଦୀର୍ଘ ୫ ବର୍ଷ ଧରି ଯୁବତୀ ଜଣକଙ୍କ ସହିତ କାଳିଆର ପ୍ରେମ ସମ୍ପର୍କ ରହିଥିଲା । କାଳିଆ ପ୍ରଥମେ ଯୁବତୀ ଜଣଙ୍କୁ ଏକ ନିଭୃତ ସ୍ଥାନକୁ ଡ଼ାକିଥିଲେ । ଯୁବତୀ ଜଣକ ସେଠାରେ ପହଞ୍ଚିବାରୁ ସେଠାରେ ପୂର୍ବରୁ କାଳିଆର ୨ଜଣ ସାଙ୍ଗ ଅପେକ୍ଷା କରି ରହିଥିଲେ । ସମସ୍ତେ ମିଶି ଯୁବତୀ ଜଣଙ୍କୁ ଗଣଦୁଷ୍କର୍ମ କରିଥିଲେ ।

ଯୁବତୀ ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ଏହି ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି ଅଭିଯୁକ୍ତ ତିନିଜଣ ଯୁବକ ।

ଏସମ୍ପର୍କରେ ଅଭିଯୋଗ ପାଇ ପୋଲିସ ଘଟଣାର ଛାନଭିନ୍ କରୁଛି । ଜଣେ ଅଭିଯୁକ୍ତ ଥାନାରେ ଅଟକ ଥିବା ବେଳେ ଅନ୍ୟ ଦୁଇଜଣ ଫେରାର ରହିଛନ୍ତି । ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.