ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୫ ତାରିଖରେ ଖୋଲିବାକୁ ଯାଉଛି ଜିମ୍ ଓ ଯୋଗ କେନ୍ଦ୍ର । ଯାହାକୁ ନେଇ ସୋମବାର ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।
ଜାଣନ୍ତୁ, ଗାଇଡଲାଇନରେ କ’ଣ ସବୁ ରହିଛି…
କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ଯୋଗ କେନ୍ଦ୍ର ଓ ଜିମ୍ ସର୍ବସାଧାରଣ ଲାଗି ବନ୍ଦ ରହିବ ।
କେବଳ କଣ୍ଟେନମେଣ୍ଟ ଜୋନରେ ଥିବା ଜିମ୍ ଏବଂ ଯୋଗ ସେଣ୍ଟର ଖୋଲା ରହିବ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଓ ଏସଓପି ପାଳନ କରିବାକୁ ପଡିବ ।
୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ପିଲା ଜିମ୍ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି ।
ପରସ୍ପର ମଧ୍ୟରେ ଅତିକମରେ ୬ ଫୁଟ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି ।
ମୁହଁରେ ମାସ୍କ ବ୍ୟବହାର କରିବେ ।
୪୦ରୁ ୬୦ ସେକେଣ୍ଡ ମଧ୍ୟରେ ହାତ ସଫା କରନ୍ତୁ ।
ବାହାରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି ।
ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ ସହ ବ୍ୟବହାର କରିବେ ।
Comments are closed.