Latest Odisha News

BREAKING NEWS

ପାଣିପାଗ ବିଭାଗର ସତର୍କ ସୂଚନା; ୫ ଜିଲ୍ଲା‌ରେ ଭୀଷଣ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ପ୍ରବଳ ବର୍ଷ ହେଲାଣି। ଆଗାମୀ ୨୪ ଘଣ୍ଟା‌ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାକୁ ଯାଉଛି । ଏହା ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଅନ୍ୟପଟେ କେନ୍ଦୁଝର, ଅନୁଗୁଳ, ନୂଆପଡ଼ା, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା। ବିଶେଷ କରି ଉପକୂଳ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଥିବା ତଳିଆ ଅଞ୍ଚଳଗୁଡ଼ିରେ ପାଣି ଜମିବା ଯୋଗୁଁ ଲୋକେ ଯେପରି ଅସୁବିଧା ନଭୋଗନ୍ୟୁ, ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ । ସମୁଦ୍ର ଅଶାନ୍ତ ରହୁଥିବାରୁ ଅଗଷ୍ଟ ୪ ଓ ୫ ତାରିଖ ଦୁଇ ଦିନ ପାଇଁ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

 

 

Leave A Reply

Your email address will not be published.