Latest Odisha News

BREAKING NEWS

ମନୋଜ ସିହ୍ନା ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଗିରୀଶ ମୁର୍ମୁଙ୍କ ଇସ୍ତଫା ପରେ ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ ହୋଇଛନ୍ତି ମନୋଜ ସିହ୍ନା । ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗିରୀଶ ମୁର୍ମୁଙ୍କ ସ୍ଥାନ ନେବେ ମନୋଜ ସିହ୍ନା ।

ମନୋଜ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାରରେ ମନ୍ତ୍ରୀ ଥିଲେ । ୨୦୧୪ରୁ ୨୦୧୯ ଯାଏଁ ସେ ଥିଲେ କେନ୍ଦ୍ର ଦୂର ସଞ୍ଚାର (ସ୍ୱାଧୀନ) ଓ ରେଳ ରାଷ୍ଟ୍ରମନ୍ତ୍ରୀ । ଦୁଇ ଦୁଇ ଥର ଉତ୍ତରପ୍ରଦେଶ ଗାଜିପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିଲେ ମନୋଜ ସିହ୍ନ । ଏବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି ।

Leave A Reply

Your email address will not be published.