Latest Odisha News

BREAKING NEWS

ସେଲ୍ଫି ନେଲା ଜୀବନ, ନଦୀକୁ ଖସି ଯୁବକଙ୍କ ମୃତ୍ୟୁ

ରାୟଗଡା : ରାୟଗଡା ଜିଲ୍ଲାର ଚେକାଗୁଡା ଝୁଲା ପୋଲ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଜଣେ ଯୁବକ ସେଲ୍ଫି ନେଇ ନଦୀକୁ ଖସି ପଡିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଆନ୍ଧ୍ରପ୍ରଦେଶ କତାବାଲସାରୁ ୩ ଜଣ ଯୁବକ ମା ମଝିଘରିଆଣିଙ୍କ ଦର୍ଶନ କରିବାକୁ ଆସିଥିଲେ। ଦର୍ଶନ ସାରି ଚେକାଗୁଡା ନିକଟସ୍ଥ ଝୁଲା ପୋଲକୁ ଯାଇ ଆଖପାଖ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ଏହି ଯୁବକମାନେ । ଏହିସମୟରେ ଟି ଗଙ୍ଗାରଜୁ ନାମକ ଜଣେ ବ୍ୟକ୍ତି ସେଲ୍ଫି ନେବାବେଳେ ଦୁର୍ଭାଗ୍ୟବଶତଃ ଗୋଡ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ମୃତ୍ୟୁ ବରଣ କରିଛନ୍ତି।

ଅନ୍ୟପକ୍ଷରେ ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ଅନେକ ସମୟ ଯାଏଁ ଖୋଜାଖୋଜି କରିବା ପରେ ନିକଟସ୍ଥ ମାରିଗୁଡା ଗ୍ରାମ ନଦୀଘାଟରୁ ଶବ ଉଦ୍ଧାର କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ତେବେ ବ୍ୟବଛେଦ ହେବାପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସେସଖାଲ ଥାନା ଆଇଆଇସି ସୂଚନା ଦେଇଛନ୍ତି।

Comments are closed.