Latest Odisha News

BREAKING NEWS

ନିୟମଗିରି: ଗ୍ରାମବାସୀଙ୍କ ବିନା ସହମତିରେ ଉନ୍ନୟନ କାମକୁ ବିରୋଧ କଲେ ଡ଼ଙ୍ଗରିଆ

ରାୟଗଡ଼ା: ପଲ୍ଲିସଭା କିମ୍ବା ଗ୍ରାମସଭାରେ ବିନା ଆଲୋଚନାରେ ଜିଲ୍ଲାପ୍ରଶାସନ କିଛି ବ୍ୟକ୍ତିଙ୍କୁ ଅନାବଶ୍ୟକ ଉନ୍ନୟନ କାମକୁ ବିରୋଧ କରିବା ସହିତ ଅଭିଯୋଗ କରିଛନ୍ତି ନିୟମଗିରିର ଡ଼ଙ୍ଗରିଆ ।

ସୋମବାର ଦିନ କଲ୍ୟାଣସିଂହପୁର ବ୍ଲକ ପାରସାଲି ଏବଂ ସୁନାଖଣ୍ଡି ପଚାଂୟତ ଅନ୍ତର୍ଗତ ୩୨ ଖଣ୍ଡ ଗାଁର ମୁଖିଆ ଏବଂ ଗ୍ରାମବାସୀଙ୍କୁ ନେଇ ପାରସାଲି ପଚାଂୟତ ସଦର ମହକୁମା ସ୍ଥିତ ହାଟ ପଦାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ‘ନିୟମଗିରି ସୁରକ୍ଷା ପରିଷଦ’ର ସଭାପତି ଲଦ ଶିକକା ।

ଗୋଟିଏ ପଟେ ଡ଼ଙ୍ଗରିଆ ପିଇବା ପାଣି ଟୋପାଏ ପାଇଁ ମାଇଲ ମାଇଲ ପାହାଡ଼ ଖୋଲ, ଡ଼ଙ୍ଗର ଟିକିରା ଘୁରି ବୁଲୁଥିବା ବେଳେ ସ୍ୱାସ୍ଥ୍ୟସେବା କଥା ନକହିବା ଭଲ ବୋଲି ଲଦ କହିଛନ୍ତି । ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ରହିବା ପାଇଁ ଘର, ଖାଇବା ପାଇଁ ଖାଦ୍ୟ ଭଳି ୫ଟି ମୈାଳିକ ସୁବିଧା ହାତ ଗଣତି ଆଦିମ ଜନଜାତିଙ୍କୁ ନ’ଯୋଗାଇ ବରଂ ବିଦେଶୀ କମ୍ପାନି ମାନଙ୍କ ହାତରେ ନିୟମଗିରିକୁ ଟେକିଦେବା ପାଇଁ ଯୋଜନା କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ଗାଁରୁ ଆସିଥିବା ଡ଼ଙ୍ଗରିଆମାନେ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ପ୍ରଶାସନ କଲ୍ୟାଣସିଂହପୁର ଅଞ୍ଚଳର କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ସହାୟତାରେ ଗାଁ’ ଗାଁରେ ଡ଼ଙ୍ଗରିଆ ଯୁବକଙ୍କୁ ପେଟି ଠିକାଦାର ସଜେଇ ଅନାବଶ୍ୟକ କାମ କରି ବ୍ୟପକ ଅର୍ଥ ହେରଫେର କରୁଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଲଦ ଶିକକା । ଏପରିକି ସରକାରଙ୍କ ନିୟମ ମୁତାବକ ଗାଁ’ ଗାଁରେ ଗ୍ରାମସଭା ଏବଂ ପଲ୍ଲିସଭା ମାଧ୍ୟମରେ ଲୋକଙ୍କ ଆବଶ୍ୟକତା ଏବଂ ସହମତିରେ ଉନ୍ନୟନ କାମ କରିବା ବ୍ୟବସ୍ଥା ରହିଥିଲେ ମଧ୍ୟ ତାକୁ ସରକାରି ବାବୁ ମାନେ ମାନୁ ନଥିବା ଲଦ ଏହି ବୈଠକରେ ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ନିୟମଗିରିର ସ୍ଥିତି ଭଲନଥିବା କହିଛନ୍ତି ଲଦ ସିକକା । ବେଦାନ୍ତକୁ ନିୟମଗିରି ଟେକିଦେବା ପାଇଁ ଗାଁର କିଛି ବ୍ୟକ୍ତିଙ୍କୁ ସିମେଣ୍ଟ ରାସ୍ତା ସାଙ୍ଗକୁ ଗାଁକୁ ୁ ରାସ୍ତା ପକାଇବା ପ୍ରଶାସନ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ନିୟମଗିରିର ଏହି ମୂଳବାସିନ୍ଦା ।

ଏହି ଘଟଣାକୁ ତୀବ୍ର ବିରୋଧ କରିଛି ‘ନିୟମଗିରି ସୁରକ୍ଷା ପରିଷଦ’ । ଆଜିର ଏହି ବୈଠକରେ ପାରସାଲି, ସାନ ଙ୍ଗେନେଲି, ବଡ଼ ଡ଼େଙ୍ଗନେଲି , ପାକେରି, ଗୁମ୍ମା, ଲାମ୍ବା, ତେନ୍ତୁଳିପଦର, ପଚଂକୁଡ଼ି, ତେବାପଦର, ଭାଲେରି , ଲାଖପଦର, ଡ଼ଙ୍ଗାମାଟି , କାନସୁର, ମାୟାବାଲି, ବେମ୍ଭିରି, ବୁଡ଼ୁଣି, ନିଶିଖାଲ , ପୁଟାସପଦର, କାଡ଼୍ରାକାବଣ୍ଡେଲି, ତେବାପଡ଼ା, ତୁଟା, ଏବଂ ପାତଲମ୍ବା ଭଳି ୩୨ ଟି ଗାଁର ଲୋକେ ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ପାରସାଲି ସରପଞ୍ଚବାମ କାଡ଼୍ରାକା, ଯୁବ ବାହିନୀ ମୁଖ୍ୟ ସମ୍ଭୁ କୁଲସିକା, ଡ଼୍ରିଞ୍ଜ ସିକକା ଏବଂ କୃଷ୍ଣ ହିକକା ପ୍ରମୁଖ ଯୋଗଦେଇ ଆଲାଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.