Latest Odisha News

BREAKING NEWS

ଭିମ୍‌ସାରରେ ବଢ଼ୁଛି ସଂକ୍ରମଣ, ଆଉ ୭ ଡାକ୍ତରଙ୍କ ସମେତ ୯ କରୋନା ଯୋଦ୍ଧା କୋଭିଡ ପଜିଟିଭ

ବୁର୍ଲା: ବୁର୍ଲା ଭିମସାର୍‌ରୁ ପୁଣି ୭ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡାକ୍ତରଖାନାର ୭ ଡାକ୍ତରଙ୍କ ସମେତ ୯ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କେବଳ ଏଚ୍‌ଡିୟୁ ଲିଙ୍କରେ ଆକ୍ରାନ୍ତ କର୍ମଚାରୀଙ୍କ ସଂଖ୍ୟା ୨୮ ହୋଇଥିବା ଭିମ୍‌ସାର ନିର୍ଦେଶକ ପ୍ରଫେସର ଲଲିତ ମେହେର ସୂଚନା ଦେଇଛନ୍ତି।

ଏମାନଙ୍କ ମଧ୍ୟରେ ସର୍ଜରି ବିଭାଗର ଜଣେ, ହୃଦ୍‌ରୋଗ ବିଭାଗର ଜଣେ, ମେଡିସିନ୍‌ ବିଭାଗର ୩ ଜଣ ପିଜି ଡାକ୍ତର ଥିବା ସମୟରେ ୨ ଜଣ ହାଉସ୍‌ ସର୍ଜନ ଡାକ୍ତର ରହିଛନ୍ତି। ଏହାବାଦ୍‌ ମେଡିସିନ୍‌ ବିଭାଗର ଜଣେ ନର୍ସ ଓ ଜଣେ ଆଟେଣ୍ଡାଣ୍ଟ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଶନିବାର ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଗତ ୬ ତାରିଖରେ ବୁର୍ଲା ଭିମସାରରେ ପୁଣି ୩ ଡାକ୍ତର କରୋନା ସଂକ୍ରମିତ ଥିବା ଜଣାପଡିଥିଲା। ଏହି ୩ ଜଣ ଡାକ୍ତର ମେଡିସିନ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଥିଲା। ଏହା ପୂର୍ବରୁ ମଧ୍ୟ ୯ ଜଣ ଡାକ୍ତର ମେଡିସିନ ବିଭାଗର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ୩ ଜଣଙ୍କୁ ମିଶାଇ ୧୨ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ପୁଣି ୭ ଡାକ୍ତର ପଜିଟିଭ୍ ଚିହ୍ନଟ ପରେ କେବଳ ମୋଟ ସଂକ୍ରମିତ ଡାକ୍ତରଙ୍କ ସଂଖ୍ୟା ୧୯ରେ ପହଁଚିଛି ।

Comments are closed.