Latest Odisha News

BREAKING NEWS

ବିଦେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକ ଗିରଫ

ଚଣ୍ଡୀଗଡ଼: ହରିୟାଣାରେ ଲଜ୍ଜା । ଦିବେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ହୋଟେଲର ଥାଇଲ୍ୟାଣ୍ଡର ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି ।

ହିସାରର ଏକ ହୋଟେଲରେ ଗତ ୭ ତାରିଖ ଦିନ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ହୋଟେଲ ମାଲିକ ସମେତ ଦୁଇ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା ।

ଥାଇଲ୍ୟାଣ୍ଡର ୪୦ ବର୍ଷୀୟ ମହିଳା ମାର୍ଚ୍ଚ ୩ ତାରିଖରେ ଦିଲ୍ଲୀ ଆସିଥିଲେ । ସାଙ୍ଗଙ୍କ ସହ ହିସାର ବୁଲିଥିଲେ । ପୀଡ଼ିତା ଅଭିଯୋଗ କରିଛନ୍ତି, ସେ ମଦ ନିଶାରେ ଥିବା ବେଳେ ହୋଟେଲ ମାଲିକ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଅନ୍ୟ ଜଣେ କର୍ମଚାରୀ ବି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ମହିଳା ।

Leave A Reply

Your email address will not be published.