Latest Odisha News

ଆଇଟିବିପି ଯବାନଙ୍କ ସହ ଉତ୍ତରାଖଣ୍ଡର ହର୍ଷିଲରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦୀପାବଳି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ଡେରାଡୁନରେ ଥିବା ଭାରତ-ଚୀନ ସୀମାସ୍ଥିତ ହର୍ଷିଲ ଠାରେ ଆଇଟିବିପି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଇଟିବିପି ଯବାନମାନଙ୍କୁ ମିଠା ଖୁଆଇ ସେମାନଙ୍କୁ ଦୀପାବଳିର ଶୁଭକାମନା ଜଣାଥିଲେ। ଏଥିସହିତ ନିକଟସ୍ଥ ଗ୍ରାମରୁ ଆସିଥିବା ଲୋକମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଯବାନମାନଙ୍କୁ ଶୁଭ କାମନା ଜଣାଇ କହିଛନ୍ତି “ଯବାନମାନେ ସୁଦୂର ବରଫାବୃତ ଅଞ୍ଚଳରେ ରହି ଦେଶକୁ ସୁରକ୍ଷା ଦେବା ଯୋଗୁଁ ୧୨୫ କୋଟି ଭାରତୀୟଙ୍କ ଭବିଷ୍ୟତ ଓ ସ୍ୱପ୍ନକୁ ପୂରଣ କରିବାରେ ସକ୍ଷମ ହୋଇଛି” ।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଗୁଭ ଦୀପାବଳିର ବାର୍ତ୍ତା ଦେବା ସହ “ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ,ସମୃଦ୍ଧି ଐବଂ ଶାରୀରିକ ସୁସ୍ଥତା ଭରିଦେଉ । ଶୁଭ ଏବଂ ଆଲୋକର ଶକ୍ତି ସବୁବେଳେ ପ୍ରକାଶିତ ହେଉ” ବୋଲି ସେ କହିଛନ୍ତି ।

Comments are closed.