Latest Odisha News

ଅଗଷ୍ଟ ୧୨ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱରେ: ଅଗଷ୍ଟ ୧୨ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ରେଜଲ୍ଟ । ଦିନ ୧୨.୩୦ରେ ପ୍ରକାଶ ପାଇବ ଫଳାଫଳ । ଅଗଷ୍ଟ ଶେଷ ସୁଦ୍ଧା ଯୁକ୍ତ ୨ କଳା ଓ ତୃତୀୟ ସପ୍ତାହରେ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବିଜ୍ଞାନ ବିଭାଗର ସମସ୍ତ ଉତ୍ତର ଖାତା ମୂଲ୍ୟାୟନ ଗତ ସପ୍ତାହରେ ସରିବା ସହ ସହ ଯାଞ୍ଚ ପ୍ରକ୍ରିୟା ବି ଶେଷ ହୋଇଛି। ଯେଉଁ କିଛି କାମ ବାକି ରହିଛି ତାହା ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସୁଦ୍ଧା ସରିଯିବ। ପରୀକ୍ଷା ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଏଥିସହ ଅଗଷ୍ଟ ସୁଦ୍ଧା ୫୬ ହଜାର ଶିକ୍ଷକଶିକ୍ଷୟିତ୍ରୀଙ୍କ ପଦୋନ୍ନତି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Leave A Reply

Your email address will not be published.