Latest Odisha News

BREAKING NEWS

ଭାରତରେ କେଉଁ କମ୍ପାନୀ ତିଆରି କରୁଛି କରୋନା ଟିକା, କେବେ ଆସିବ ?

ନୂଆଦିଲ୍ଲୀ: କରୋନାକୁ ମାରିବାକୁ ହେଲେ ଟିକା ହିଁ ଏକମାତ୍ର ଭରସା । ଋଷ୍ ବିଶ୍ୱର ପ୍ରଥମ ଟିକୀ ସ୍ପୁଟନିକ-୫ ନେଇ ଘୋଷଣା କରିଥିବା ବେଳେ ଆମେରିକା, ବ୍ରିଟେନ୍ ଭଳି ଦେଶ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ବିଭିନ୍ନ ଷ୍ଟେଜରେ ଚାଲିଛି ଟ୍ରାଏଲ୍ । ମହାମାରୀ କରୋନାକୁ ମାଡ ଦେବା ପାଇଁ ଭାରତରେ ତିନିଟି ଟିକାର ପରୀକ୍ଷଣ ଚାଲିଛି ।ଭାରତ ବାୟୋଟେକର କୋଭାକ୍‌ସିନ, ଜାଇଡସ କାଡିଲା ଓ ଅକ୍ସଫୋର୍ଡ-ସେରମର ଟିକା ନେଇ ପରୀକ୍ଷଣ ଜାରି ରହିଛି । ସଫଳ ହେଲେ ଖୁବଶୀଘ୍ର ମାର୍କଟେକୁ ଆସିବ ।
ଭାରତର ପ୍ରଥମ ସମ୍ଭାବ୍ୟ ଟିକା
ଆଶା ସଞ୍ଚାର କରିଛି କୋଭାକସିନ୍ । ଦିଲ୍ଲୀ, ପାଟନା, ଭୁବନେଶ୍ୱର, ଡଣ୍ଡୀଗଡ଼ ସମେତ ଦେଶ ୧୨ଟି ସହରରେ ଏହାର ହ୍ୟୁମାନ ଟ୍ରାଏଲ୍ ଚାଲିଛି । କୋଭାକସିନକୁ ନିର୍ମାଣ ଭାରତ ବାୟୋଟେକ୍, ଆଇସିଏମଆର୍ ଓ ଏନଆଇଭି ମିଳିତ ଭାବରେ ବିକଶିତ କରିଛନ୍ତି । ହାଇଦ୍ରାବାଦରୁ ଏହାର ଉତ୍ପାଦନ କରାଯିବ ।

ଜାଇଡସ କାଡିଲାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍
ଭାରତୀୟ ଔଷଧ ନିର୍ମାଣକାରୀ କମ୍ପାନୀ ଡାଇଡସ୍ କାଡିଲା ତିଆରି କରୁଛି କରୋନା ଟିକା ଜାଇକୋଭି-ଡି । ଅଗଷ୍ଟ ୬ ତାରିଖରୁ ଦ୍ୱୀତିୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସଫଳତା ମିଳିଛି । ଜୁଲାଇ ୧୫ରେ ଷ୍ଟେଜ-୧ ମାନବ ପରୀକ୍ଷଣ ହୋଇଥିଲା ।
ସେରମ୍ ଇନଷ୍ଟିଚ୍ୟୁଟ୍ ଟିକା
ଭାରତରେ ତୃତୀୟ ଟିକା ବିକଶିତ କରୁଛି ସେରମ ଇନଷ୍ଟିଚ୍ୟୁଟ୍ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଳିତ ସହଯୋଗରେ କାମ କରୁଛି । ଭ୍ୟାକ୍‌ସିନର ଫେଜ-୨ ପରୀକ୍ଷଣ ଶେଷ ହୋଇଛି । ଆସନ୍ତା ସପ୍ତାହେ ଭିତରେ ୧୭ଟି ସ୍ଥାନରେ ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହେବ।

Leave A Reply

Your email address will not be published.