Latest Odisha News

BREAKING NEWS

ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ୫୦ ପ୍ରତିଶତ ରିହାତି

ଭୁବନେଶ୍ୱର : କଟକସ୍ଥିତ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟରେ ୧୪ ବର୍ଷରୁ କମ୍ ବୟସର ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଏସଏଫଏକ୍ସ ଥିଏଟର ଓ ଆକ୍ୱାରିୟମର ମ୍ୟୁଜିୟମ ଟିକେଟରେ ୫୦ ପ୍ରତିଶତ ରିହାତି ମିଳିବ ।

ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ କଟକର ଚତୁର୍ଥ ପରିଚାଳନା ପରିଷଦର ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ସଂଗ୍ରହାଳୟର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଆହୁରି ମଧ୍ୟ ଭିନ୍ନକ୍ଷମ ମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପରିଦର୍ଶନ ସୁବିଧା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ କଟକର ଏହି ସଂଗ୍ରହାଳୟ ଓଡିଶାର ଏକ ଲୋକପ୍ରିୟ ଦର୍ଶନୀୟ ସ୍ଥାନ ରୂପେ ପରିଗଣିତ ହୋଇପାରିଛି । ପ୍ରତି ବର୍ଷ ଏଠାରେ ବହୁ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ବୃଦ୍ଧି ଘଟୁଛି । ଆହୁରି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନକୁ ବୃଦ୍ଧିକରିବା ପାଇଁ କଟକ ସହରର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ନୌବାଣିଜ୍ୟ ସଂଗ୍ରହାଳୟର ସୂଚନା ପୁସ୍ତକ ବାଣ୍ଟିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଏହି ବୈଠକରେ କଟକ ସାଂସଦ ଭତ୍ତୃହରୀ ମହତାବଙ୍କ ସହ କଟକ ଜିଲ୍ଲାପାଳ, କଟକ ସହର ଓ ଟାଙ୍ଗି ଚୌଦ୍ୱାର ବିଧାୟକ, ଉନ୍ନୟନ କମିଶନରଙ୍କ ସମେତ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.