Latest Odisha News

BREAKING NEWS

ନଭେମ୍ବର ୧୬ ରୁ +୨ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ଭୁବନେଶ୍ୱର : ସିଏଚଏସଇ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ଘୋଷଣା ହୋଇଯାଇଛି ।

ଆସନ୍ତା ବର୍ଷ ମାର୍ଚ୍ଚରେ ହେବାକୁ ଥିବା +୨ ପରୀକ୍ଷା ପାଇଁ ନଭେମ୍ବର ୧୬ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ।

ମିଳିଥିବା ସୂଚନା ଅନୁଯାୟୀ ୧୬ରୁ ୨୬ ତାରିଖ ମଧ୍ୟରେ ବିନା ଫାଇନରେ ଛାତଛାତ୍ରୀମାନେ ଫର୍ମ ପୂରଣ କରିପାରିବେ ।

ଆହୁରି ମଧ୍ୟ ୨୭ରୁ ୩୦ ତାରିଖ ମଧ୍ୟରେ ଫର୍ମ ପୂରଣ କଲେ ସେମାନଙ୍କୁ ୫୦ ଟଙ୍କା ଫାଇନ ଦେବାକୁ ପଡିବ । ଅନ୍ୟପକ୍ଷରେ ଯଦି ଛାତ୍ରଛାତ୍ରୀମାନେ ନଭେମ୍ବର ୩୦ ପରେ ଅର୍ଥା୍ତ ଡିସେମ୍ବର ୧ରୁ ୪ ମଧ୍ୟରେ ଫର୍ମ ପୂରଣ କଲେ ତାଙ୍କୁ ପ୍ରାୟ ୩୫୦ ଟଙ୍କା ଫାଇନ୍ ଦେବାକୁ ପଡିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.