Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩୩ ଟି ପଞ୍ଚାୟତ ପାଇଁ ୩୫.୯୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୫ ଟି ବ୍ଲକ ପାଇଁ ୩୫.୯୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- ବାଲେଶ୍ୱର ଜିଲ୍ଲାର ବାଲିଆପାଳ,କଟକ ଜିଲ୍ଲାର ଟାଙ୍ଗିଚୌଦ୍ୱାର, ନବରଙ୍ଗପୁର ଜିଲ୍ଲାର ରାଇଘର, ଯାଜପୁର ଜିଲ୍ଲାର ଦଶରଥପୁର, ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ୍ ।

ଆଜି ମୁଖ୍ୟମନ୍ତ୍ରୀ ରାଇଘର ବ୍ଲକର ୨୬ ଟି ପଞ୍ଚା ୟତ ପାଇଁ ୭.୯୦୮ କୋଟି ଟଙ୍କାରେ ୩୪୯ ଟି ପ୍ରକଳ୍ପ , ଦଶରଥପୁର ବ୍ଲକର ୩୫ଟି ପଚାଂୟତ ପାଇଁ ୧୦.୫୦ କୋଟି ଟଙ୍କାରେ ୪୮୦ ଟି ପ୍ରକଳ୍ପ, ବାଲିଆପାଳ ବ୍ଲକର ୨୭ ଟି ପଚାଂୟତ ପାଇଁ ୭.୨୯ କୋଟି ଟଙ୍କାରେ ୩୦୫ ଟି ପ୍ରକଳ୍ପ, ଟାଙ୍ଗିଚୌଦ୍ୱାର ବ୍ଲକର ୨୪ଟି ପଚାଂୟତ ପାଇଁ ୫.୭୩ କୋଟି ଟଙ୍କାରେ ୩୫୦ ଟି ପ୍ରକଳ୍ପ ଓ ବିରିଡି ବ୍ଲକର ୨୧ ଟି ପଚାଂୟତ ପାଇଁ ୪.୫୦ କୋଟି ଟଙ୍କାରେ ୨୩୮ ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୪୧ ଟି ବ୍ଲକର ୫୨୭୬ ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନ ମାଧ୍ୟମରେ ୪୮,୭୩୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୨୦୧.୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନା ଅନୁଯାୟୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.