Latest Odisha News

BREAKING NEWS

ଭୁବନେଶ୍ୱରରୁ ମେଟ୍ରୋ ସିଟିକୁ ବିମାନ ଉଡାଣ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ନୂଆଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦ ଭଳି ୩ ନୂଆ ମେଟ୍ରୋ ସିଟିକୁ କନେକ୍ଟିଭିଟି (ସଂଯୋଗ) ବୃଦ୍ଧି କରାଯାଇଛି ।

ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ପକ୍ଷରୁ ଶୁକ୍ରବାର ଦିନ ଟ୍ୱିଟ୍ କରାଯାଇଛି ।

“ଏହା ଦ୍ୱାରା ଭାରତର ପୂର୍ବ ଅଂଶରୁ ଦେଶର ଅନ୍ୟ ସ୍ଥାନକୁ ଯାତ୍ରୀଙ୍କ ଯାତାୟାତ ପାଇଁ ପଥ ସୁଗମ କରିବା ସହ ସମୟ ବଞ୍ଚିବ” ବୋଲି ଟ୍ୱିଟରେ ଉଲ୍ଲେଖ ରହିଛି ।

ଇଣ୍ଡିଗୋ ପକ୍ଷରୁ ମୁମ୍ବାଇ, ନୂଆଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ବାଙ୍ଗାଲୁରୁ ଏବଂ ଚେନ୍ନାଇକୁ ବିମାନ ସେବା ଆରମ୍ଭ କରିଛି । ସେହିପରି ଏୟାର ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀ, ମୁମ୍ବାଇକୁ ସେବା ଆରମ୍ଭ କରାଯାଇଥିବା ବେଳେ ଭିସ୍ତାରାର ନୂଆଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ବିମାନ ଉଡାଣ ।

ଏହାଛଡା ଏୟାର ଏସିଆ ପକ୍ଷରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ଉଡାଣ କରୁଛି ।

Leave A Reply

Your email address will not be published.