Latest Odisha News

BREAKING NEWS

ବିଗ୍-ବସ୍ ୧୪: ସାମ୍ନାକୁ ଆସିଲା ସଲମାନଙ୍କ ପ୍ରଥମ ଲୁକ

ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍’ ୧୪ । ସାମ୍ନାକୁ ଆସିଛି ହୋଷ୍ଟ ସଲମାନ ଖାନଙ୍କ ପ୍ରଥମ ଲୁକ। କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଥିବା ଏହି ରିୟାଲିଟି ସୋ’ର ପ୍ରୋମୋ ସମ୍ନାକୁ ଆସୁଛି ।

ଏହି ପ୍ରୋମୋରେ ଅଭିନେତା ତଥା ହୋଷ୍ଟ ସଲମାନ ଆଗାମୀ ସିଜନ୍ ପାଇଁ ଚଟାଣ ସଫା କରାଯାଉଥିବା ଦେଖାଯାଇଛି । ପ୍ରୋମୋରୁ ଜଣା ପଡୁଛି ଯେ, ଏହି ସିଜିନ କୋଭିଡ ନିୟମାବଳୀ ସହ ସଂଶ୍ଳିଷ୍ଟ ହୋଇଥାଇପାରେ ।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚ୍ୟାନେଲରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି: “ ଘର ଏବଂ କାମ ମଧ୍ୟରେ ସମସ୍ତଙ୍କ ଜୀବନ ବନ୍ଦ ହୋଇଯାଇଛି। କିନ୍ତୁ ବର୍ତ୍ତମାନ ଆଉ ଚିନ୍ତା ନାହିଁ, କାରଣ ମନୋରଞ୍ଜନର ପାୱାର୍ ପ୍ୟାକ୍ ସହ ଆସୁଛି ବିଗବସ୍।

ଖବର ଅନୁଯାୟୀ ‘ବିଗ୍ ବସ୍- ୧୪ ସେପ୍ଟେମ୍ବର ୨୪ ରେ ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୫ ରେ ପ୍ରାରମ୍ଭିକ ପର୍ଯ୍ୟାୟ ସୁଟିଂ କରାଯିବ ଏବଂ ପ୍ରତିଯୋଗୀମାନେ ସେପ୍ଟେମ୍ବର ୨୬ରେ ବିଗ୍ ବସ୍ ଘରେ ପ୍ରବେଶ କରିବେ।

Leave A Reply

Your email address will not be published.