Latest Odisha News

କେରଳରେ ୩୪ଜଣ ଦାଦନ ଶ୍ରମିକ ଗୃହବନ୍ଦୀ, ଓଡ଼ିଶା ଫେରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ

ରାୟଗଡ଼ା: କେରଳର ଏକ ଫୁଡ଼ କମ୍ପାନିରେ କାମ କରିବାକୁ ଯାଇଥିବା ୩୪ ଶ୍ରମିକ ଗୃହବନ୍ଦୀ ଓଡ଼ିଶା ଫେରିବାକୁ ନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଓଡ଼ିଶାର ରାୟଗଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଜଣ ଦାଦନ ଶ୍ରମିକ କେରଳର ଆନାପୁଜା ଜିଲ୍ଲା ଚନ୍ଦ୍ରପାଉଲ ଥାନା ଅନ୍ତର୍ଗତ ଆରୁ ଥାନା ଗାଁରେ ଥିବା ଆର ଏଲ ଫୁଡ଼ ପ୍ରଡ଼କ୍ଟ କମ୍ପାନୀରେ କାମ କରିବାକୁ ଯାଇଥିଲେ । ଏହି ଶ୍ରମିକମାନେ ସେହି ଗାଁ’ର ଠିକାଦାର କୁମାରଙ୍କ ମାଧ୍ୟମରେ ସମ୍ପୃକ୍ତ ବିସ୍କୁଟ କମ୍ପାନୀରେ କାମ କରୁଥିଲେ । ଗତ ୭ ତାରିଖ ଦୀପାବଳି ଦିନ କାମସାରି ସନ୍ଧ୍ୟାରେ କ୍ୟାମ୍ପକୁ ଫେରିବା ବାଟରେ ସ୍ଥାନୀୟ ଯୁବକମାନେ ସେମାନଙ୍କୁ ଅଟକାଇ ଚାନ୍ଦା ମାଗିବା ସମୟରେ ଏହାକୁ ଓଡ଼ିଆ ଶ୍ରମିକ ମାନେ ବିରୋଧ କରିଥିଲେ । ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ସଂନ୍ଧ୍ୟାରେ କ୍ୟୋମ୍ପରେ ଶ୍ରମିକମାନେ ଥିବା ସମୟରେ ସେହି ଯୁବକମାନେ କ୍ୟାମ୍ପରେ ପ୍ରବେଶ କରି ଓଡ଼ିଆ ଶ୍ରମିକଙ୍କୁ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ଓଡ଼ିଆ ଦାଦନ ଶ୍ରମିକ ଭାବଗ୍ରାହୀ ବାଗ ଏବଂ ଅମରେ ପାଲକା ଗୁରୁତର ଭାବେ ଆହତ ହୋଇଥିବାର କଥା ସୁଚନା ଦେଇଛନ୍ତି ସେଠାରେ ଥିବା ଶିଲ ବାଗୁ । ଏପରିକି ଘଟଣା ସମୟରେ ଯେଉଁ ଠିକାଦାର ଅଧିନରେ ସେମାନେ କାମ କରୁଥିଲେ ସେହି ଠିକାଦାର ତାଙ୍କୁ ଉଦ୍ଧାର କରିବା ଦୁରର କଥା ବରଂ କିଛି ଶ୍ରମିକଙ୍କ ସହିତ ମଜୁରୀି ଏବଂ ଅଗ୍ରୀମ ଟଙ୍କାକୁ ନେଇ ହୋଇଥିବା ମତଭେଦକୁ ଉଠାଇ ସ୍ଥାନୀୟ ଯୁବକଙ୍କ ମାଧ୍ୟମରେ ମାଡ଼ ମରାଇଥିବା ଫୋନରେ ସୁଚନା ଦେଇଛନ୍ତି ଶିଲୁ ।

ଏନେଇ ଜଣେ ଶ୍ରମିକ ଚନ୍ଦ୍ରପାଲ ଥାନାକୁ ଫୋନ କରିବା ଦ୍ୱାରା ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ଦ୍ୱାରା ଜୀବନ ବଞ୍ଚିଯାଇଥିବା କଥା ବିଜନ ଗରଡ଼ିଆ ସୁଚନା ଦେଇଛନ୍ତି ।
ତେବେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହି ଠିକାଦାର ଦୀପାବଳୀଠାରୁ ଏକ ରୁଦ୍ଧ କୋଠରୀ ମଧ୍ୟରେ ଚାବି ପକାଇ ୩୪ ଜଣ ଶ୍ରମିକଙ୍କ ରଖିଥିବା ବେଳେ ଖାଇବାକୁ ପିଇବାକୁ ନଦେଇ ଗାଁକୁ ଛାଡ଼ୁନଥିବା ବିଜନ ସୁଚନା ଦେଇଛନ୍ତ ।
ତେବେ ସମ୍ପୃକ୍ତ ଶ୍ରମିକଙ୍କ ପରିବାର ତୁରନ୍ତ ଶ୍ରମିକ ମାନଙ୍କୁ ମୁକୁଳାଇବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ପିକେ ଭୋଇଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଯୋଗାଯୋଗ କରିବାରୁ କୌଣସି ଶ୍ରମିକ ଗୁରୁତର ଆହତ ହୋଇ ନଥିବା ବେଳେ ଘଟଣା ଟି ଘଟିଥିବା କଥାକୁ ସ୍ୱୀକାର କରିଛନ୍ତି ।

ଏନେଇ ରାୟଗଡ଼ା ଏସପି ରାହୁଲ ପିଆର କେରଳର ଆନାପୁଜା ଜିଲ୍ଲା ଏସପିଙ୍କ ସହ ଯୋଗାଯୋଗ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ସେଠାରେ ଥିବା ୧୦ ଜଣ ଶ୍ରମିକଙ୍କୁ ଆରୁ ଥାନାରେ ରଖାଯାଇ ଥିବା ସୁଚନା ମିଳିଛି ।

ଏନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା ଚାଲିଛି ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେବା ପରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଓଡ଼ିଆ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ପିକେ ଭୋଇ ।

Leave A Reply

Your email address will not be published.