Latest Odisha News

BREAKING NEWS

ନଦୀ ପାର୍ ହେଲା ବେଳେ ଅଘଟଣ ହଠାତ୍ ମାଡି ଆସିଲା ପାଣି, ୨ ନିଖୋଜ

ଚିତ୍ରଡ଼ା : ନଦୀ ଶୁଖିଲା ଥିଲା । ତେଣୁ ନଦୀ ପାର ହୋଇ ଅନ୍ୟ ଗାଁ କୁ ଯାଇ କିଛି ସାଙ୍ଗ ଫୁଟବଲ ଖେଳ ଦେଖିବାକୁ ସ୍ଥିର କଲେ । ନଦୀ ପାର ହେବା ସମୟରେ ହଠାତ୍ ନଦୀରେ ପାଣି ବଢି ଯାଇଥିଲା । ଫଳରେ ପାଣିରେ ବୁଡି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଣ୍ଡଗୁହାଳି ଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁର ରାମଚନ୍ଦ୍ର ମାଝୀଙ୍କ ୨୪ ବର୍ଷୀୟ ପୁଅ ବୁଦ୍ଧେଶ୍ୱର ମାଝୀଙ୍କ ସମେତ ସାତ ଜଣ ସାଙ୍ଗଙ୍କ ସହ ନଦୀ ଆରପଟ ବାଘାଝରଣ ଗାଁକୁ ଫୁଟବଲ ଖେଳ ଦେଖିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବୁଦ୍ଧେଶ୍ୱରଙ୍କ ୬ ଜଣ ସାଙ୍ଗ ପାର ହୋଇ ନଦୀ ଆର ପଟକୁ ଚାଲିଯାଇଥିଲେ । ପଛରେ ବୁଦ୍ଧେଶ୍ୱର ପାର ହେଉଥିବା ବେଳେ ନଦୀ ପାଣି ମାଡି ଆସିଥିଲେ । ଆଉ ସେ ସେଥିରେ ନିଖୋଜ ହୋଇଯାଇଥିଲେ । ଏହା ଦେଖି ତାଙ୍କ ସାଙ୍ଗ ବିରାମ ତାଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଡେଇଁ ପଡ଼ିଥିଲେ । କିନ୍ତୁ ବିରାମ ଏବଂ ବୁଦ୍ଧେଶ୍ୱର ଉଭୟ ବୁଡିଯାଇଥିଲେ ।

ପରିବାର ଲୋକେ ଏବଂ ଗ୍ରାମବାସୀ ଖବର ପାଇ ଆସି ନଦୀରେ ଖୋଜାଖୋଜି କରିବା ସହିତ ଚିତ୍ରଡ଼ା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ଏବଂ କର୍ମଚାରୀ ବୋଟ୍‌ରେ ଖୋଜାଖୋଜି କରିବା ପରେ ବି ଯୁବକ ଦୁଇ ଜଣଙ୍କର କୌଣସି ପତ୍ତା ମିଳିପାରିନାହିଁ ।

Comments are closed.