ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଜଳକା ନଦୀରେ ଜଳସ୍ତର ବିପଦ ସଂକେତ ଟପିଛି । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।
ଏନେଇ ଆତଙ୍କିତ ହୋଇଛନ୍ତି ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକରେ ଲୋକେ। ଜଳସେଚନ ବିଭାଗର ରିପୋର୍ଟ ଅନୁଯାୟୀ, ବିପଦ ସଂକେତ ୫.୫ମିଟର ଥିବାବେଳେ ଅପରାହ୍ନରେ ୬.୪ମିଟର ରହିଛି । ଦୀର୍ଘ ୩ଘଣ୍ଟା ଧରି ଜଳସ୍ତର ଏହି ପରିମାଣରେ ପ୍ରବାହିତ ହେଉଥିବା ବେଳେ ଆଗକୁ ବୃଦ୍ଧି ହୋଇପାରେ ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି ।
ଜଳକାନଦୀର ବିପଦ ସଂକେତ ୫,୫ମିଟର ରହିଆସୁଛି ଏହାର ବିପଦ ସଂକେତ ୭ ମିଟରରେ ରଖିବା ପାଇଁ ସରକାରଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ତାହା ପରିବର୍ତ୍ତନ ହୋଇନାହିଁ ବୋଲି ଜଳସେଚନ ବିଭାଗ ଏସ ଡି ଓ ସୂଚନା ଦେଇଛନ୍ତି ।
Comments are closed.