Latest Odisha News

BREAKING NEWS

ଜଣକ ପ୍ରେମରେ ପଡିଥିଲେ ମା’ ଝିଅ, ଆଉ ତା’ ପରେ…

ଉତ୍ତରପ୍ରଦେଶ: ତ୍ରିକୋଣୀୟ ପ୍ରେମ କାହାଣୀର ବିଶ୍ୱାସଘାତୀ ପରିଣାମ । ଜଣେ ବ୍ୟକ୍ତିକୁ ପ୍ରେମ କରୁଥିଲେ ମା’ ଓ ଝିଅ । ହେଲେ ଝିଅ ହାରିଯାଇଥିଲା ପ୍ରେମ ଦୌଡରେ । ପ୍ରେମିକ ସହ ମିଶି ନିଜ ଝିଅ ସହ ମା’ ଖେଳିଥିଲା ଖୁନୀ ଖେଳ ।

ବରେଲିର ଏକ ଲୋମହର୍ଷଣକାରୀ ଘଟଣାରେ ଗୁରୁବାର ୧୯ ବର୍ଷୀୟ ଉଷ୍ମାକୁ ଖୋଦ ତା ମା’ ହିଁ ହତ୍ୟା କରିଥିଲା । ତେବେ ମାମଲା ଏତିକିରେ ଥମିନଥିଲା । ହତ୍ୟାକାଣ୍ଡ ପରେ ମିଥ୍ୟା ବୟାନ ଦେଇ ପୋଲିସକୁ ଚକମା ଦେବାକୁ ସେହି ନିର୍ଦ୍ଦୟୀ ମା’ ଚେଷ୍ଟା କରିଥିଲା । ହେଲେ ପୋଲିସ ଆଖିରେ ଧୂଳିଦେବା ଏତେଟା ସହଜ ନଥିଲା । ମାତ୍ର ୩ ଘଣ୍ଟାରେ ପୋଲିସ ହତ୍ୟା ମାମଲାର ପର୍ଦ୍ଦାଫାସ କରିଥିଲା ।

ତଦନ୍ତରେ ଜଣାପଡିଥିଲା ମୃତ ଉଷ୍ମା, କୌସର୍ ନାମକ ଜଣେ ଯୁବକର ପ୍ରେମରେ ପଡିଥିଲା । ଅନ୍ୟପଟେ କୌସର୍ ଉଷ୍ମାର ମା’ ମୁକିସା ସହ ବି ପ୍ରେମ ସଂପର୍କ ରଖିଥିଲା । ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ କୌସର ବେଶ ଭଲ ଭାବେ ରଚିଥିଲା । ହେଲେ ଏପରି ଜଘନ୍ୟ ବିଶ୍ୱାସଘାତକତାକୁ ବୁଝିନପାରି ବିବାହ ପାଇଁ ଜିଦ୍ ଧରିଥିଲା ଉଷ୍ମା ।

କୌସର ଓ ମୁକିସାଙ୍କ ରାସ୍ତାର କଣ୍ଟା ସାଜିଥିଲା ଉଷ୍ମା । ଦୁହେଁ ନିଷ୍ପତ୍ତି ନେଇଥିଲେ ଉଷ୍ମାକୁ ରାସ୍ତାରୁ ସବୁଦିନ ଲାଗି ହଟେଇଦେବା ପାଇଁ । ଗୁରୁବାର ସକାଳୁସକାଳୁ କୌସର ଉଷ୍ମାଙ୍କ ଘରେ ଆସି ପହଂଚିଥିଲା । ଯୋଜନା ମୁତାବକ କୌସର ଓ ମୁକିସା ଓଢଣୀରେ ଉଷ୍ମାର ବେକକୁ ଭିଡି ଧରି ଛୁରିରେ ପେଟକୁ ଭୁଷି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ହତ୍ୟାକାଣ୍ଡ ପରେ କୌସର ତୁରନ୍ତ ଘଟଣାସ୍ଥଳ ଛାଡି ପଳାଇଥିଲା । ଅନ୍ୟପଟେ ମୁକିସା ମିଛ କାହାଣୀ କହି ସାହି ଲୋକଙ୍କୁ ଏକାଠି କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ମୁକିସା ଓ ଉଷ୍ମାଙ୍କ ସହ ପ୍ରେମ ସଂପର୍କ ରଖିଥିବା ନେଇ କୌସରଙ୍କ ପରିବାର ଲୋକେ ବେଶ ଭଲ ଭାବେ ଜାଣିଥିଲେ । ଏ କଥା ଜାଣି କୌସର ଓ ଉଷ୍ମାଙ୍କୁ ପୋଲିସ ଜେରା କରିଥିଲା । ଶେଷରେ ଦୁଇ ଅଭିଯୁକ୍ତ ସବୁ ସତ ଓଗାଳିବା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତଦନ୍ତକାରୀ ଦଳ ।

Leave A Reply

Your email address will not be published.