Latest Odisha News

BREAKING NEWS

କଳାହାଣ୍ଡିରେ ଗ୍ୟାସ୍ ସିଲିଣ୍ଡର ଫାଟି ୩ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଥନଟ ଗାଁରେ ବୁଧବାର ସକାଳେ ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଚମ୍ପା ମେହେର ନାମକ ଜଣେ ମହିଳା ସକାଳେ ରୋଷେଇ କରିବା ବେଳେ ଅଚାନକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ମାଆ ଓ ଝିଅ ସୁନିତା(୮)ଙ୍କ ସମେତ ପୁଅ ଅନୁପ(୫)ର ଶୋଚନୀୟ ମୃତ୍ୟୁ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ ସରକାରୀ ହସ୍ପିଟାଲକୁ ପଠାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.