Latest Odisha News

BREAKING NEWS

ରାଜ୍ୟର ୬ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ସ୍ମାର୍ଟଫୋନ ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ‘ମେକ୍-ଇନ୍-ଓଡ଼ିଶା’ କନକ୍ଲେଭର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ସ୍ମାର୍ଟଫୋନ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି।

ରାଜ୍ୟର ସବୁ ମିଶନ ଶକ୍ତି ଗ୍ରୁପକୁ ସ୍ମାର୍ଟଫୋନ୍ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଛନ୍ତି “ମହିଳା ସଶକ୍ତିକରଣ ମୋର ପ୍ରିୟ କାର୍ଯ୍ୟ । କୌଣସି ପରିବାର, କୌଣସି ସମାଜ, ରାଜ୍ୟ ବା ଦେଶ-ମହିଳା ସଶକ୍ତିକରଣ  ବିନା କେବେହେଲେ ଆଗେଇ ପାରିବ ନାହିଁ । ଏହାବ୍ୟତିତ ମହିଳାଙ୍କୁ ଡିଜିଟାଲ ଭାବେ ସଶକ୍ତ କରିବା ମୋର ଲକ୍ଷ୍ୟ”।

ଅନ୍ୟପକ୍ଷରେ ୨୦୧୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତୀକରଣ ବୃଦ୍ଧି ପାଇଛି। ପ୍ରତ୍ୟେକ ମିଶନ ଶକ୍ତି ଗ୍ରୁପକୁ ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଛି।

ଏବେ ସେମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତିର ପ୍ରତ୍ୟେକ ସଦସ୍ୟାଙ୍କୁ ସ୍ମାର୍ଟଫୋନ୍ ଦେବେ। ରାଜ୍ୟର ପ୍ରତି ଦିତ୍ୱୀୟ ପରିବାରରେ କେହିନାକେହି ମିଶନ ଶକ୍ତିର ସଦସ୍ୟ ଅଛନ୍ତି । ଫଳରେ ମହିଳାଙ୍କୁ ଡିଜିଟାଲ କ୍ଷେତ୍ରରେ ଆଗୁଆ କରିବା ପାଇଁ ରାଜ୍ୟର ୬ ଲକ୍ଷ ମିଶନ ଶକ୍ତି ଗ୍ରୁପ କୁ ସ୍ମାର୍ଟ ଫୋନ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆହୁରି ମଧ୍ୟ ଏଥିସହ ସେ ରାଜ୍ୟରେ ମହିଳାଙ୍କ ଜୀବନ ଧାରଣ ସମୟ ସୀମା ୧୦ ବର୍ଷ ପର‌୍ୟ୍ୟନ୍ତ ବୃଦ୍ଧି ପାଇଛି । ମାତୃ ମୃତ୍ୟୁ ହାର ହ୍ରାସ ପାଇଛି ବୋଲି ମତ ଦେଇଛନ୍ତି।

Leave A Reply

Your email address will not be published.