Latest Odisha News

BREAKING NEWS

ସୁଶାନ୍ତ ସିଂ କେସ୍ :ରିୟାଙ୍କ ବିରୋଧରେ ମାମଲା ରୁଜୁ କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ରିୟା ଚକ୍ରବର୍ତିଙ୍କ ଭୂମିକା ସମସ୍ତଙ୍କୁ ଚକିତ କରିଛି । ଏବେ ଏହି କେସ୍‌ରେ ଡ୍ରଗ୍ସ ଲିଙ୍କ ଏହାକୁ ଆହୁରି ଜଟିଳ କରିଛି । ବୁଧବାର ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଡ୍ରଗ୍ସ ବେପାରର ଷଡଯନ୍ତ୍ରକାରୀ ଭାବେ ରିୟାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେ ନିଶା ବେପାରୀଙ୍କ ସହ ଯୋଗାଯୋଗରେ ଥିଲେ ।

ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ସହ ନିଜେ ମଧ୍ୟ ନେଉଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସୌଭିକ୍‌, ଜୟା ଶାହା, ଶ୍ରୁତି ମୋଦି ମଧ୍ୟ ଏନସିବି ସ୍କାନରରେ ରହିଛନ୍ତି । ଡ୍ରଗ୍ସ ବେପାରୀ ଗୌରବ ଆରିୟାଙ୍କ ସହ ସେ ଯୋଗାଯୋଗରେ ଥିବା ଜଣାପଡିଛି । ଇଡି ପରେ ଏନସିବି ରିୟାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି ।

Comments are closed.