Latest Odisha News

BREAKING NEWS

ଦ’ କପିଳ ଶର୍ମା ସୋ’ ବନ୍ଦ କରିବାକୁ ସୁଶାନ୍ତଙ୍କ ପ୍ରଶଂସକଙ୍କ ଆହ୍ୱାନ, ଜାଣନ୍ତୁ କାହିଁକି

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଉ ଅଡୁଆ ଛିଡୁ ନଥିବା ବେଳେ ନୂଆ ନୂଆ ତଥ୍ୟ ମାନ ସାମ୍ନାକୁ ଆସୁଛି। ତେବେ ଏବେ ସାମାଜିକ ଗଣମାଧ୍ୟମରେ ସୁଶାନ୍ତଙ୍କ ପ୍ରଶଂସକ “ଦ’ କପିଳ ଶର୍ମା ସୋ ବର୍ଜନ କରିବାକୁ ଆହ୍ୱାନ ଦେଉଥିବାର ଦେଖିବାକୁ ମିଳିଛି । ଏବେ ଆପଣ ଭାବୁଥିବେ ସୁଶାନ୍ତଙ୍କ ମୃତ୍ୟୁ ସହ କପିଲ ଶର୍ମାଙ୍କର କ’ଣ ସଂଯୋଗ ରହିଛି? ତେବେ ଆମେ ଆପଣଙ୍କୁ କହି ଦେଉଛୁ କପିଲଙ୍କ ସୋ’ “ଦ କପିଳ ଶର୍ମା ଶୋ’ ର ସହ ନିର୍ଦ୍ଦେଶକ ହେଉଛନ୍ତି ଅଭିନେତା ସଲ୍‌ମାନ୍‌ ଖାନ୍‌। ଯାହାଙ୍କ ଉପରେ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରୁଛନ୍ତି। ସବୁ ଦୃଷ୍ଟିରୁ ସଲମାନଙ୍କୁ ବର୍ଜନ କରିବାକୁ ଆହ୍ବାନ ମଧ୍ୟ ଦିଆଯାଉଛି ।

ସଲମାନଙ୍କ ଚଳଚ୍ଚିତ୍ର ପରେ ଏବେ ସେ ସହ-ପ୍ରଯୋଜନା କରୁଥିବା ଲୋକପ୍ରିୟ ସୋ ‘ଦ କପିଲ ଶର୍ମା ସୋ’କୁ ମଧ୍ୟ ବୟକଟ୍ କରିବାକୁ ଲୋକ ମାନେ ଏକଜୁଟ ହେଉଥିବାର ଝବର ସାମ୍ନାକୁ ଆସୁଛି।

“ସଲ୍‌ମାନ୍‌ଙ୍କୁ କେବଳ ବଲିଉଡ୍‌ରୁ ନୁହେଁ, ଆମେ ତାଙ୍କୁ ସବୁଥିରୁ ବହିଷ୍କାର କରିବା। ସଲ୍‌ମାନ୍‌ କପିଲ ଶର୍ମା ସୋ’ର ଜଣେ ପ୍ରଯୋଜକ। ଏଣୁ ଏହି ସୋ’କୁ ବି ଆମେ ସମ୍ପୂର୍ଣ୍ଣ ବହି‌ଷ୍କାର କରିବା ଉଚିତ” ବୋଲି ସୁଶାନ୍ତଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ଆହ୍ୱାନ ଦେଉଛନ୍ତି।

Comments are closed.