Latest Odisha News

BREAKING NEWS

ବଢ଼ୁଛୁ ବୈତରଣୀର ଜଳସ୍ତର: ଧାମନଗରରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ଯାଜପୁର: ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀ ନଦୀ । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।

BjdElectrycity

ଲଘୁଚାପ ଜନିତ ଲଗାଣ ବର୍ଷା ବୈତରଣୀ ଓ ତାର ଶାଖା ନଦୀ ଗୁଡିକ କ୍ରମଶଃ ଫୁଲି ବିଶାଳ ରୂପ ଧାରଣ କଲେଣି। ବୈତରଣୀ ନଦୀ ବିପଦ ସଙ୍କେତର ଯଥେଷ୍ଟ ଉପରେ ପ୍ରବାହିତ ହେଉଛି।

ଏହାର ପ୍ରଭାବରେ ଭଣ୍ଡାରିପୋଖରୀର ୮ ଟି ଓ ଧାମନଗରର ୭ ଟି ପଞ୍ଚାୟତ ପାଣି ଘେରରେ ରହିଥିବା ସୂଚନା ମିଳିଛି । ମାଳଦା ନିକଟ ଶରତା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି । ଦୋବଲ ନିକଟ ରାସ୍ତା ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି। ଏହା ଯୋଗୁଁ ଭଣ୍ଡାରିପୋଖରୀ ଓ ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିଭଳି ଦଶରଥପୁର ବ୍ଲକ କସପା ପଞ୍ଚାୟତ ପଲାସାହିଠାରେ ବୈତରଣୀ ନଦୀବନ୍ଧର ପ୍ରାୟ ୧୦୦ ଫୁଟ ନଦୀ ଗର୍ଭକୁ ଧସି ଯାଇଛି। ବୈତରଣୀ ବନ୍ୟା କାରଣରୁ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ପୋଲ ବୁଡିଯାଇଛି।

ଅନ୍ୟପକ୍ଷରେ ମହାନଦୀ, କୁଶଭଦ୍ରା, ବ୍ରାହ୍ମଣୀ ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଉଥିଲେ ହେଁ, ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ।

ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର କରିବା ପାଇଁ ୧୦ଟି ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍ ଟିମ୍ ଓ ଜିଲ୍ଲାରେ ଥିବା ଅଗ୍ନିଶମ ସେବା ୟୁନିଟ୍‌ ନିୟୋଜିତ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରେ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି।ଏମାନଙ୍କୁ ତୁରନ୍ତ ପଲିଥିନ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.