ନୂଆଦିଲ୍ଲୀ : ‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି ।
My heartiest congratulations to our scientists on the successful launch of GSLV MK III-D2 carrying GSAT-29 satellite. The double success sets a new record of putting the heaviest satellite in orbit by an Indian launch vehicle. @isro
— Narendra Modi (@narendramodi) November 14, 2018
ଏହି ଅବସରରେ ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ମୋର ଅଭିନନ୍ଦନ । ଏକ ଭାରତୀୟ ପ୍ରକ୍ଷେପଣ ଯାନ ଦ୍ୱାରା ପ୍ରଥମଥର ଲାଗି ଏକ ଓଜନଦାର ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରିବାର ଦୁଇ ଦୁଇଟି ସଫଳତା ନୂଆ ରେକର୍ଡ ସୃଷ୍ଟି କରିଛି” ।
ଆହୁରି ମଧ୍ୟ “ଏହି ଉପଗ୍ରହ ଦେଶର କୋଣ ଅନୁକୋଣକୁ ଯୋଗାଯୋଗ ଏବଂ ଇଣ୍ଟରନେଟ ସେବା ଯୋଗାଇ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Comments are closed.