Latest Odisha News

BREAKING NEWS

ହାତୀ ମୃତ୍ୟୁ ପ୍ରସଙ୍ଗ: ଘଟଣାରେ ନିଜେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ମାନେକାଙ୍କ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାରେ କ୍ରମାଗତ ଭାବେ ହାତୀମୃତ୍ୟୁ ଜନିତ ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ଜଣାଶୁଣା ପଶୁ-ଅଧିକାର କର୍ମୀ ତଥା କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏହି ଘଟଣା ପ୍ରତି ସ୍ୱତନ୍ତ୍ରଭାବେ ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଦିନ ଏକ ପତ୍ର ମାଧ୍ୟମରେ ମାନେକା କହିଛନ୍ତି, ଢେଙ୍କାନାଳ ଜିଲ୍ଲାରେ ଗତ ଅକ୍ଟୋବର ୨୬ ତାରିଖରେ ବିଦ୍ୟୁତାଘାତ ଯୋଗୁଁ ଯେଉଁ ୭ଟି ହାତୀ ମୃତ୍ୟୁବରଣ କରିଥିଲେ ତାହା ପ୍ରକୃତରେ ସର୍ବାଧିକ ଏବଂ ସମଗ୍ର ଦେଶରେ ଏହା ପ୍ରଥମ ଘଟଣା ।

ଜଣାଶୁଣା ପରିବେଶବିତ୍ ତଥା କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୧ ମସିହାରୁ ୨୦୧୭ ମସିହା ମଧ୍ୟରେ ଓଡ଼ିଶାରେ ସର୍ବମୋଟ ୪୫୫ଟି ହାତୀଙ୍କର ମୃତ୍ୟୁ ହୋଇଛି । ଏହି ହାତୀଙ୍କ ମଧ୍ୟରୁ ୨୮% ଅର୍ଥାତ୍ ୧୨୪ଟି ହାତୀଙ୍କର ମୃତ୍ୟୁ ବିଦ୍ୟୁତାଘାତ ଜନିତ । ସେ କହିଛନ୍ତି ଓଡ଼ିଶା ଜଙ୍ଗଲ ଓ ପରିବେଶ ବିଭାଗର ଚରମ ଅବହେଳା ଯୋଗୁଁ ଏପରି ଘଟଣା ବାରମ୍ବାର ଘଟିବାରେ ଲାଗିଛି ।

ସେ ତାଙ୍କ ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ବିଦ୍ୟୁତ ଆଘାତରେ ହାତୀମାନଙ୍କର କିପରି ମୃତ୍ୟୁ ନହେବ ସେଥିଲାଗି ଗାଇଡ଼ଲାଇନ୍ ଏବଂ ହାତୀଙ୍କର ସୁରକ୍ଷା ଲାଗି ଏ କେ ବିଶ୍ୱାଳ କମିଟି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ କରାଯାଇଥିଲା ।

“ଓଡ଼ିଶାରେ ହାତୀମୃତ୍ୟୁକୁ ଦୃଷ୍ଟିପାତ କଲେ ଏକତୃତୀୟାଂଶ ହାତୀଙ୍କ ମୃତ୍ୟୁ କେବଳ ବିଦ୍ୟୁତ ଆଘାତ ଜନିତ । ଏଥିରୁ ସ୍ଫଷ୍ଟ ଜଣାପଡୁଛି ରାଜ୍ୟ ସରକାର ଏହି କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିନାହାନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ,”ବୋଲିି କହିଛନ୍ତି ମାନେକା ଗାନ୍ଧୀ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ପତ୍ରରେ ମାନେକା ଗାନ୍ଧୀ ଉଲ୍ଲେଖ କରିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଏହି ହାତୀମୃତ୍ୟୁ ଘଟଣାକୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଏହି ଘଟଣାରେ ରହିଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

Leave A Reply

Your email address will not be published.