Latest Odisha News

BREAKING NEWS

ବୀର କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଦେହାନ୍ତ, ଯାହାଙ୍କୁ ନେଇ ନିର୍ମିତ ହୋଇଥିଲା ‘ବର୍ଡର’

ନୁଆଦିଲ୍ଲୀ : ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ମହାନାୟକ ତଥା ‘ବର୍ଡର୍’ ଫିଲ୍ମରେ ସନ୍ନି ଦେଓଲ ଯେଉଁ ଭୂମିକାରେ ନଜର ଆସିଥିଲେ, ସେହି ମେଜର୍ କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଶନିବାର ଦିନ ୭୭ ବର୍ଷ ବୟସରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି ।

୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଲୋଙ୍ଗେବାଲା(ଚେକ୍ ପୋଷ୍ଟ) ଠାରେ ହୋଇଥିବା ଯୁଦ୍ଧରେ ନିଜର ପରାକ୍ରମ ଦେଖାଇ ପାକିସ୍ତାନ କୁ ପରାସ୍ତ କରିଥିଲେ । ତାଙ୍କର ଅଦମ୍ୟ ସାହସିକତା ଓ ପରା୍କ୍ରମ ପାଇଁ ମେଜର କୁଲଦୀପ ସିଂହଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସୌର୍ଯ୍ୟ ସମ୍ମାନ ‘ମହାବୀର ଚକ୍ର’ରେ ସମ୍ମାନୀତ କରାଯାଇଥିଲା ।

ଏହି ସମୟରେ ଲୋଙ୍ଗେବାଲା(ଚେକ୍ ପୋଷ୍ଟ) ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିଲେ । ଯୁଦ୍ଧ ସମୟରେ ମେଜର ଚାନ୍ଦପୁରୀ ନିଜର ୯୦ଜଣ ସୈନିକଙ୍କୁ ଧରି ପାକିସ୍ତାନର ପ୍ରାୟ ୨ହଜାର ସୈନିକଙ୍କୁ ସାହସିକତାର ସହ ମୁକାବିଲା କରିଥିଲେ । କୁଲଦୀପ ସିଂହ ଓ ଭାରତୀୟ ସୈନ୍ୟମାନେ ନିଜର ପରାକ୍ରମ ବଳରେ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ବିଫଳ କରି ଦେଇଥିଲେ। ଏହି ଯୁଦ୍ଧରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ଘଟିଥିଲା।

ଜେପି ଦତ୍ତଙ୍କ ଏହି ‘ବର୍ଡର୍’ ଫିଲ୍ମଟି ଯୁଦ୍ଧର ସତ୍ୟଘଟଣା ଓ ମେଜର୍ କୁଲଦୀପଙ୍କ ଉପରେ ଆଧାରିତ ହୋଇଥିଲା । ମେଜର ଚାନ୍ଦପୁରୀଙ୍କ ଭୂମିକାରେ ସନ୍ନି ଦେଓଲ ଅବତୀର୍ଣ୍ଣ ହୋଇଥିଲେ ।

Leave A Reply

Your email address will not be published.