Latest Odisha News

+୨ କଳା ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି ।

ଏଥିରେ କିସର ଛାତ୍ରଛାତ୍ରୀ ମାନେ ୯୯.୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ପାସ୍ ହାର ୬୭.୫୬ ରହିଥିବା ବେଳେ କିସ୍ ପାସ୍ ହାର ଉତ୍ସାହ ଜନକ ରହିଛି । ମୋଟ ୫୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୫ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି । କୌଣସି ଏକ ସ୍କୁଲର ଏତେ ସଂଖ୍ୟକ ଛାତ୍ରଛାତ୍ରୀ +୨ କଳାରେ ସଫଳତା ହାସଲ କରିବାରେ କିସ୍ ପ୍ରଥମ ବୋଲି କୁହାଯାଉଛି ।

ଚଳିତବର୍ଷ କିସର ୩୪ଜଣ ଆଦିମ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ସମସ୍ତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ।

କିସ୍ ଛାତ୍ରୀ ଧମାମତି ପରଜା ସର୍ବାଧିକ ୭୭ % ନମ୍ବର ରଖି ସ୍କୁଲ୍ ଟପ୍ପର ହୋଇଛନ୍ତି । କିସର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ସାମନ୍ତ କହିଛନ୍ତି ଯେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ ସେମାନଙ୍କୁ ସଫଳତା ଆଣି ଦେଇଛି ।

Comments are closed.