Latest Odisha News

BREAKING NEWS

ସଇତାନ ସାଜିଲା ରାପିଡୋ ଡ୍ରାଇଭର, ନିଶା ଅବସ୍ଥାରେ ଯୁବତୀଙ୍କୁ କଲା ଦୁଷ୍କର୍ମ

ନୂଆଦିଲ୍ଲୀ : କେରଳର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି  । ରାପିଡୋ ଆପ୍‌ର ଡ୍ରାଇଭର ଓ ତାର ସହଯୋଗୀ ସହ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  ।  ଦୁଷ୍କର୍ମର ଶିକାର ହୋଇଥିବା ୨୨ ବର୍ଷୀୟ ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଶୁକ୍ରବାର ସେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରହିଥିଲେ। ସେଠାରେ ପାର୍ଟି କରିବା ପରେ ସେ ମଧ୍ୟରାତ୍ରରେ ତାଙ୍କର ଆଉ ଜଣେ ବନ୍ଧୁଙ୍କ ଘରକୁ ଯିବା ପାଇଁ ରାପିଡୋ ଆପ୍‌ରେ ବାଇକ ବୁକିଂ କରିଥିଲେ।

ରାପିଡୋ ଡ୍ରାଇଭର ମଧ୍ୟ ଯୁବତୀଙ୍କ ଲୋକେସନରେ ପହଞ୍ଚି ତାଙ୍କ ବନ୍ଧୁଙ୍କ ଠିକଣାକୁ ନେଇଥିଲେ । କିନ୍ତୁ ପ୍ରବଳ ନିଶା ହୋଇଯାଇଥିବାରୁ ଯୁବତୀ ଜଣଙ୍କ ବାଇକରୁ ଓହ୍ଲାଇବା ସ୍ଥିତିରେ ନଥିଲେ ।ଏହାର ଫାଇଦା ଉଠାଇ ବାଇକ ଚାଳକ ଜଣକ ଯୁବତୀଙ୍କୁ ନିଜ ଘରକୁ ନେଇ ଆସିଥିଲେ। ସେଠାରେ ପୂର୍ବରୁ ଆଉ ଜଣେ ଯୁବତୀ ମଧ୍ୟ ରହିଥିଲେ। ପରେ ବାଇକ ଚାଳକର ଆଉ ଜଣେ ବନ୍ଧୁ ମଧ୍ୟ ସେଠାରେ ପହଞ୍ଚିଥିଲା। ଉଭୟ ନିଶାସକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହାକୁ ସେଠାରେ ଥିବା ଯୁବତୀ ଜଣଙ୍କ ଦେଖୁଥିଲେ ମଧ୍ୟ କୌଣସି ପ୍ରକାରର ପ୍ରତିବାଦ କରି ନଥିଲେ । ବରଂ ସେ ଏହାକୁ ଉପଭୋଗ କରିଥିଲେ ।

ତେବେ ସକାଳୁ ନିଶାସକ୍ତ ଯୁବତୀ ଜଣଙ୍କ ହୋସ ଫେରିଥିଲା। ଶରୀରରେ ଯନ୍ତ୍ରଣା ଅନୁଭବ କରିବାରୁ ସେଣ୍ଟ ଜନ୍ସ ହସ୍ପିଟାଲ ଯାଇଥିଲେ ଡାକ୍ତରଙ୍କ ପରୀକ୍ଷା ପରେ ଯୁବତୀ ଜଣଙ୍କ ଯୌନଶୋଷଣ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ତେଣୁ ସେ ପୋଲିସକୁ ସମସ୍ତ ଘଟଣା ବିଷୟରେ କହିଥିଲେ । ଏନେଇ ପୋଲିସ ବେଙ୍ଗାଲୁରୁର ନିବାସରୁ ବାଇକ ଚାଳକ ଏବଂ ତାଙ୍କ ସହଯୋଗୀକୁ ଗିରଫ କରିଛି  । ତେବେ ଉପସ୍ଥିତ ଥିବା ଯୁବତୀଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି  ।

 

Leave A Reply

Your email address will not be published.