Latest Odisha News

BREAKING NEWS

ସାମାନ୍ୟ ବଚସାରୁ ବୁଲିଲା ଛୁରୀ, ଘରୋଇ କୋଚିଂ ସେଣ୍ଟରରେ ନାବାଳକ ଉପରକୁ ଛୁରାମାଡ଼

ବାରିପଦା: ସାମନ୍ୟ ବଚସାରୁ ତୁମୂଳକାଣ୍ଡ ।  ଘରୋଇ କୋଚିଂ ସେଣ୍ଟର୍ ଛୁରାମାଡ଼ ।  ଦଶମ ଶ୍ରେଣୀ ଛାତ୍ରର ଛୁରା ମାଡରେ ନବମ ଶ୍ରେଣୀ ଛାତ୍ର ଗୁରୁତର । ବାରିପଦା ସହର ସ୍ଥିତ ବିସିସି ବା ବିକର୍ତନ କୋଚିଂ ସେଣ୍ଟର ନାମକ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ କାଣ୍ଡ । ଗୁରୁତର ଛାତ୍ରକୁ ପୋଲିସ ଉଦ୍ଧାର କରି ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଛି । ଘଟଣା ବାବଦରେ ସେଣ୍ଟର ପରିଚାଳନା ଘଟଣା ଘଟିଥିବା ସମସ୍ତ ତଥ୍ୟ ସିସିଟିଭି ଫୁଟେଜ ରେ ରହିଛି ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ଜଳଖିଆ ସମୟରେ କୌଣସି କଥାକୁ ନେଇ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କଥା କଟାକଟି ଧସ୍ତାଧସ୍ତି ହେବାରୁ ପ୍ରତିଶୋଧ ପରାୟଣ ହୋଇ ଦେବାଶିଷ ବାରିକ ଏକ ଧାରୁଆ ଛୁରୀରେ କିରଣଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛି । ଛୁରା ମାଡରେ କିରଣ ଦାସଙ୍କ ମୁହଁ, ପେଟ ଓ ହାତରେ ଗଭୀର ଆଘତ ହୋଇଛି । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ କେଉଁ କାରଣକୁ ନେଇ ଛୁରାମାଡ ହେଲା ତାହା ଜଣାପଡି ନାହିଁ । ବାରିପଦା ମେଡିକାଲରେ ଭଞ୍ଜପୁର ଥାନା ପୋଲିସ ପହଞ୍ଚି ଘଟଣା ବିଷୟରେ ପଚରା ଉଚରା କରୁଛି । ଅନ୍ୟପଟେ ଘଟଣା ଉପରେ ସ୍ଥାନୀୟ କାଉନସିଲର ତାଙ୍କ ପ୍ରତିକ୍ରିୟା କହିଛନ୍ତି, ଘରୋଇ କୋଚିଂ ସେଣ୍ଟର ଟି ବେଆଇନ ଭାବେ ଚାଲିଛି ,ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଏହା ପାଠ ପଢ଼ାପଢ଼ି ହେଉନଥିବା ଅଭିଯୋଗ କରିଛନ୍ତି ।

 

Leave A Reply

Your email address will not be published.