Latest Odisha News

BREAKING NEWS

କଂଗ୍ରେସକୁ ଶକ୍ତ ଝଟକା, ଅମେଠୀରେ ଦଳ ଛାଡିଲେ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଦାୟିତ୍ଵରେ ଥିବା ନେତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଦେଶରେ ରାଜନୀତି ତୀବ୍ର ହୋଇଛି। ଶାସକ ନେତାଙ୍କ ସହ ବିରୋଧୀ ଦଳ ମଧ୍ୟ ବଡ଼ ବଡ଼ କ୍ଷେତ୍ରକୁ ଯାଇ ପ୍ରଚାର ଆରମ୍ଭ କରିଛନ୍ତି। ବିଶେଷକରି ଉତ୍ତରପ୍ରଦେଶର ଅନେକ ହାଇ ପ୍ରୋଫାଇଲ୍ ଆସନରେ ନିର୍ବାଚନ ପ୍ରଚାର ଚରମ ସୀମାରେ ରହିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଆମେଠୀ ଲୋକସଭା ଆସନ। ବର୍ତ୍ତମାନର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆମେଠୀ ଆସନକୁ ନେଇ ବିବାଦରେ ଥିବା ବେଳେ କଂଗ୍ରେସ ନିଜ ଦଳର ପ୍ରାର୍ଥୀ ଏପର୍ଯ୍ୟନ୍ତ ଘୋଷଣା କରି ନାହିଁ।

ଏହାରି ଭିତରେ ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଆମେଠୀ ଲୋକସଭା ଆସନରେ କଂଗ୍ରେସକୁ ମିଳିଛି ବଡ଼ ଝଟକା। ଭାରତୀୟ ଜନତା ପାର୍ଟି ନେତା, କେନ୍ଦ୍ର ମନ୍ତ୍ରୀ ତଥା ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଉପସ୍ଥିତିରେ କଂଗ୍ରେସ ରାଜ୍ୟ ସହ-ସଂଯୋଜକ ବିକାଶ ଅଗ୍ରହରୀ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ଜିଲ୍ଲା ସଭାପତି ରାମ ପ୍ରସାଦ ମିଶ୍ର ବିକାଶ ଅଗ୍ରହରୀଙ୍କୁ ଦଳରେ ସାମିଲ କରିଛନ୍ତି।

ବିକାଶ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ପରିଚାଳନା କରୁଥିଲେ। ଜଗଦୀଶପୁରର ବାସିନ୍ଦା ବିକାଶ ଅଗ୍ରହରୀଙ୍କୁ କଂଗ୍ରେସ ଦ୍ୱାରା ରାଜ୍ୟ ସଂଯୋଜକ କରାଯାଇଥିଲା। ବୁଧବାର ଦିନ ଉତ୍ତରପ୍ରଦେଶ କଂଗ୍ରେସର ସୋସିଆଲ ମିଡିଆ ବିଭାଗର ରାଜ୍ୟ ସଂଯୋଜକ ଭାବେ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଏବେ ହଠାତ୍ ବିକାଶ ଅଗ୍ରହରୀ ହାତ ଛାଡି଼ ପଦ୍ମ ଧରିବା କଂଗ୍ରେସ ଏବେ ଚିନ୍ତାରେ ପଡ଼ିଛି।

Leave A Reply

Your email address will not be published.