Latest Odisha News

BREAKING NEWS

ମେ’ ୧୩ରେ ଓଡିଶାରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ, ନେତା ବାଛିବେ ୬୨ ଲକ୍ଷ ୮୪ ଭୋଟର

ଭୁବନେଶ୍ଵର: ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗେଜେଟ ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନ ପତ୍ର ଦାଖଲ ପର୍ବ ଆରମ୍ଭ ହୋଇଛି । ମଇ ୨୮ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, ଲୋକସଭା ଆସନ ସହିତ ୨୮ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ।

ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୫ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି । ନିର୍ବାଚନ ହେବାକୁ ଥିବା ଏହି ୪ ସଂସଦୀୟ କ୍ଷେତ୍ରରେ ମୋଟ ୬୨୮୪୬୪୯ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ୭୨୮୯ ପୋଲିଂ ଷ୍ଟେସନରେ ମତଦାନ ହେବ । ତେବେ ଏହି ସଂସଦୀୟ କ୍ଷେତ୍ର ଗୁଡିକରୁ ସିଭିଜିଲ ଆପରେ ୫୮୭ ଅଭିଯୋଗ ଆସିଛି । ସେଥିମଧ୍ୟରୁ ୫୮୨ଟି ଅଭିଯୋଗର ସମାଧାନ ହୋଇଛି । ପୁରା ରାଜ୍ୟରୁ ଏହି ଆପରେ ୩୮୭୩ ଅଭିଯୋଗ ଆସିଥିବା ବେଳେ ୩୮୫୪ ଅଭିଯୋଗର ସମାଧାନ କରାଯାଇଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଯାଜପୁରରୁ ଅଧିକ ଅଭିଯୋଗ ଆସିଛି । ତେବେ ପୋଷ୍ଟର ଓ ବ୍ୟାନରକୁ ନେଇ ଅଧିକ ଅଭିଯୋଗ ଆସୁଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨ କୋଟି ଲକ୍ଷ ନଗଦ ଟଙ୍କା, ୧୮ କୋଟି ୧୯ ଲକ୍ଷ ଟଙ୍କାର ମଦ, ୪୩ କୋଟି ୬୯ ଲକ୍ଷ ଗଞ୍ଜେଇ ଓ ବ୍ରାଉନସୁଗାର, ୭.୧୭ କୋଟିର ସୁନା ସହ ୪୩ କୋଟି ୪୪ ଲକ୍ଷର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ସେଥିମଧ୍ୟରୁ ୬୧.୬୬ କୋଟି ପୋଲିସ ଜବତ କରିଥିବା ବେଳେ ୩୦ କୋଟି ଅବକାରୀ ବିଭାଗ, ୧୭ କୋଟି ଜିଏସଟି, ୬.୬୪ କୋଟି ରାଜସ୍ଵ ଏବଂ ଗୁଇନ୍ଦା ବିଭାଗ, ୧.୧୯ କୋଟି ପରିବହନ ବିଭାଗ, ୭୩ ଲକ୍ଷ ଆୟକର ବିଭାଗ ଏବଂ ୯୫ ଲକ୍ଷ ବନ ବିଭାଗ ଜବତ କରିଛି ।

ନିର୍ବାଚନ ପରିଚାଳନା ପାଇଁ ୩ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ଆଦର୍ଶ ଆଚରଣ ବିଧି ସଠିକ ଭାବରେ ପାଳନ କରିବା ସହ ସମସ୍ତ କାର୍ଯ୍ୟକୁ ଠିକ ଭାବରେ ଯାଞ୍ଚ କରିବେ । ଅନ୍ୟପଟେ ମାଓ ଅଧ୍ୟୁସିତ ଅଞ୍ଚଳରେ ଭୋଟରଙ୍କ ସୁରକ୍ଷା ଦୃଷ୍ଟିରୁ ଭୋଟିଂ ସମୟରେ ପରିବର୍ତ୍ତନ କରାଯାଇଛି । ସୁରକ୍ଷା ପାଇଁ ୧୦ କମ୍ପାନୀ ବିଏସପି, ୫ କମ୍ପାନୀ ସିଆଇଏସଏଫ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ନିର୍ବାଚନ କମିଶନର ନିକୁଞ୍ଜ ଧଳ ।

Leave A Reply

Your email address will not be published.