Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲେ ବହୁ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ବର: ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ନେତାଙ୍କ ଦଳ ଡିଆଁ ପର୍ବ ସେତିକି ମାତ୍ରାରେ ବଢିବାରେ ଲାଗିଛି । ଏହି ପ୍ରରିପେକ୍ଷୀରେ ଆଜି ବିଜେଡିରେ ମିଶିଲେ କନ୍ଧମାଳ ଲୋକସଭାର  ବହୁ ବିଜେପି, କଂଗ୍ରେସ ଓ ବିଏସପି ନେତା । ସେମାନଙ୍କ ମଧ୍ୟରେ କମଳାକାନ୍ତ ପାଣ୍ଡେ, ବିଳାସିନୀ ନାୟକ, ରାଧାମୋହନ ମହାପାତ୍ର, କାଳୀ ମଲ୍ଲିକ, ରଂଜିତ ପ୍ରଧାନ, ସତ୍ୟ ନାରାୟଣ ବେହେରା, କୈଳାସ ମୁଖି, ସୋମନାଥ ବାଗ, ସୁବାସ ପ୍ରଧାନ ସେମାନଙ୍କ ଶତାଧିକ ସମର୍ଥକ ସହ ଆଜି ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ।

ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଏସପି, ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ସେହିପରି ବିଭିନ୍ନ ସଂଗଠନରୁ ଲୋକ ବିଜେଡିରେ ମିଶିଲେ । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସ୍ୱାଗତ କଲେ ସସ୍ମିତ ପାତ୍ର ।

ଏହି ଅବସରରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ କହିଛନ୍ତି, ସମସ୍ତଙ୍କ ଯୋଗଦାନ ବିଜେଡିକୁ କନ୍ଧମାଳରେ ଆହୁରି ସଶକ୍ତ କରିବ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମ ମରେ ସେମାନେ ଅନୁପ୍ରାଣିତ ହୋଇ ଦଳରେ ମିଶିଛନ୍ତି ।

ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ କହିଛନ୍ତିଯେ, ଆଜି ମହାମିଶ୍ରଣ ହୋଇଛି । ମୁଖ୍ୟମନ୍ତ୍ରୀ ଓ ବିଜେଡି ଆଦର୍ଶ ଯୋଗୁ ବିଜେଡିକୁ କମଳାକାନ୍ତ ପାଣ୍ଡେଙ୍କ ଘର ବାହୁଡା ହୋଇଛି । ଏହା ଦ୍ୱାରା କନ୍ଧମାଳର ମଜବୁତ ବିଜେଡି ସଂଗଠନ ଆହୁରି ମଜବୁତ ହେବ । ଆଗାମୀ ନିର୍ବାଚନରେ ସବୁ ବିଧାୟକ ଓ ଲୋକସଭାଙ୍କୁ ଡବଲ ଶଙ୍ଖରେ ଭୋଟ ଦେଇ ଜିତାଇବୁ ।

କମଳାକାନ୍ତ ପାଣ୍ଡେ କହିଲେ, ମୋ ପ୍ରତି ବିଶ୍ୱାସ ରଖିଲେ ସମସ୍ତେ । ଏହା ଘର ବାହୁଡା ନୁହେଁ ଏହା ମୋ ନିଜ ଘର । ଜରୁରୀକାଳୀନ ସମୟରେ ବିଜୁ ବାବୁଙ୍କ ସହ ଜେଲରୁ ଫେରି ଜନତା ଦଳରେ ଯୋଗ ଦେଇଥିଲି । ବିଜୁ ବାବୁ ମତେ ପ୍ରଭାରୀ କରିଥିଲେ । ସଂଗଠନ କଲୁ ମୁଁ ଯେଉଁ ଦଳରେ ରୁହେ, ଦଲାଲି କରେନ । ବିଜେପି ମୋ ଦଶ ବର୍ଷ ନଷ୍ଟ କରି ଦେଲା । ତାଙ୍କ ଭୋଟ କମୁଛି କି ବଢୁଛି, ତାହା ଜଣା ପଡିବ । ସବୁ ଆସନ ରେ ଏବେ ବିଜେଡି ଜିତିବ ।

ସେହିପରି ସତ୍ୟ ନାରାୟଣ ବେହେରା କହିଲେ, ମୁଁ ତିନିଟା କାରଣରୁ ବିଜେଡିରେ ମିଶିଛି । ଜଣେ ଭାରତ ବର୍ଷରେ ଜୋରସୋରରେ ମିଛ କହୁଛନ୍ତି । ହେଲେ ଓଡିଶାରେ ଜଣେ ବିକାଶ କରୁଛନ୍ତି । ଅଚ୍ୟୁତ ସାମନ୍ତ ଜିରୋରୁ ହିରୋ । ସେ ସାରା ପୃଥିବୀରେ ଜଣାଶୁଣା । ତାଙ୍କୁ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଆଗାମୀ ଦିନରେ ସବୁ ସିଟ୍ ଜିତିବ ବିଜେଡି । ଆମ୍ବେଦକରଙ୍କ ନାଁରେ ବସ ଟର୍ମିନାଲ ମୁଖ୍ୟମନ୍ତ୍ରୀ ଓ କାର୍ତିକ ପାଣ୍ଡ୍ୟାନ କରିଥିବାରୁ ମୁଁ ମିଶିଲି ।

Leave A Reply

Your email address will not be published.