Latest Odisha News

BREAKING NEWS

୫୦ ହଜାରରେ ମନ ପସନ୍ଦ ବର

ନୂଆଦିଲ୍ଲୀ : ଆଜିକାଲିର ଦୁନିଆରେ ବିବାହ ଏକ ବଡ ସମସ୍ୟା ପାଲଟିଛି । ଲଭ୍ ମ୍ୟାରେଜ ହେଉ କିମ୍ବା ଆରେଞ୍ଜ୍ ମ୍ୟାରେଜ ନିଜ ପସନ୍ଦର ଜୀବନ ସାଥୀଟିଏ ମିଳିବା ବହୁତ କଷ୍ଟ ହୋଇପଡ଼ିଛି   । କେତେବେଳେ ପୁଅଝିଅଙ୍କ ପସନ୍ଦ ବାପା ମାଆଙ୍କ ମନକୁ ଆସେନି , ତ କେତେବେଳେ ବାପା ମାଆଙ୍କ ପସନ୍ଦ ପିଲା ମାନଙ୍କୁ । ଅନେକ ସମୟରେ ଏହା ଚିନ୍ତାର ବିଷୟ ପାଲଟିଥାଏ । ଆପଣମାନେ ଜାଣିଛନ୍ତି କି ବର କନ୍ୟାମାନଙ୍କ ପାଇଁ ବି ହାଟ ବସିଥାଏ ? କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠି ବର ବିକ୍ରି ହୋଇଥାନ୍ତି । ହଁ ଆଜ୍ଞା କଥାଟା ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିବ, ହେଲେ ବି ସତ  ।

ବିହାରର ମଧୁବନିରେ ରହିଛି ଗ୍ରୁମ୍ ମାର୍କେଟ୍  । ଯାହାର ନାଁ ରହିଛି  ସୌରାଠ ସଭା । ଏହା ୭୦୦ ବର୍ଷ ପୁରୁଣା ବଜାର  । ଜୁନ୍‌ରୁ ଜୁଲାଇ ମାସ ମଧ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥାଏ । ଅବିବାହିତ ଯୁବକମାନେ ଏହି ବଜାରକୁ ବିବାହ ଆଶା ନେଇ ଆସିଥାନ୍ତି । ସେମାନେ ପାରମ୍ପରିକ ଧୋତି-କୁର୍ତ୍ତା ବା ଜିନ୍ସ୍ ଶାର୍ଟ ପରିଧାନ କରି ଆସିଥାନ୍ତି । ଏହା ପ୍ରାୟ ୯ ଦିନ ବ୍ୟାପି ଚାଲିଥାଏ । ବୟସ ଯଦି ୩୫ ବର୍ଷରୁ ଅଧିକ ହୋଇଥିବ,  ତେବେ ସେମାନଙ୍କ ମୂଲ୍ୟ ୫୦ ହଜାର ଟଙ୍କା ଥିବାବେଳେ ୩୫ ବର୍ଷରୁ କମ ହୋଇଥିଲେ ୨-୩ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟ ରହିଥାଏ  ।

କନ୍ୟା ପକ୍ଷମାନଙ୍କୁ ବର ପସନ୍ଦ ଆସିଲେ ତା’ କାନ୍ଧ ଉପରେ ଏକ ଗାମୁଛା ପକାଇଥାନ୍ତି  । ଏହି ବଜାରରେ ବିବାହ କରାଇବା ପାଇଁ ପଣ୍ଡିତମାନେ ରହିଥାନ୍ତି । ଏହି ଗ୍ରୁମ୍ ମାର୍କେଟ ଖୋଲିବା ପଛରେ ରହିଛି ଏକ ବିଶେଷ କାରଣ । ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଏହା ଖୋଲାଯାଇଥିଲା । କିନ୍ତୁ ଦୁନିଆ ବଦଳିବା ସହ କେତେ ଜଣ ଯୌତୁକ ପାଇଁ ଦାବି କରିଥାନ୍ତି ।

Leave A Reply

Your email address will not be published.