Latest Odisha News

BREAKING NEWS

ଏମିତି ଦେଶ, ଯେଉଁଠି କେବେ ହୁଏ ନାହିଁ ରାତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମଗ୍ର ବିଶ୍ୱ ପ୍ରକୃତିର ନିୟମ ଅନୁଯାୟୀ ଚାଲିଥାଏ। ପ୍ରକୃତିର ନିୟମଠାରୁ ଭିନ୍ନ କିଛି ଏହି ପୃଥିବୀରେ ଘଟେ ନାହିଁ। ଏକ ନିର୍ଦ୍ଦିଷ୍ଟ ସମୟରେ ଦିନରାତି ହୋଇଥାଏ। ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ଅସ୍ତ ହୁଅନ୍ତି। ତଥାପି ଅନେକ ସ୍ଥାନରେ ଦିନରାତି ମଧ୍ୟରେ ସମୟର ପାର୍ଥକ୍ୟ ରହିଛି। କେଉଁ ଠାରେ ଦିନ ବଡ ଓ ରାତି ଅଳ୍ପ ସମୟ ପାଇଁ ହୋଇଥାଏ । କିନ୍ତୁ ଆପଣମାନେ ଜାଣନ୍ତି କି, ପୃଥିବୀରେ ଏପରି ଏକ ଦେଶ ଅଛି, ଯେଉଁଠାରେ କେବେ ରାତି ହୁଏ ନାହିଁ। ଯଦିଓ ରାତି ହୁଏ ସେ ବି ମାତ୍ର ୪୦ ମିନିଟ୍‌ ପାଇଁ। ତେବେ ଆସନ୍ତୁ ଜାଣିବା ଏହି ଦେଶ ସମ୍ପର୍କରେ…

BjdElectrycity

ବିଶ୍ୱ ମାନଚିତ୍ରରେ ୟୁରୋପର ମାଳଦ୍ୱୀପରେ ନରୱେ ନାମକ ଏକ ଦେଶ ଅଛି । ଏହା ମାଳଦ୍ୱୀପର ଉତ୍ତରରେ ରହିଛି। ନର୍ଥପୋଲ୍‌ର ନିକଟବର୍ତ୍ତୀ ଥିବା ଏହା ଏକ ଶୀତଳ ଦେଶ ମଧ୍ୟ। ଏହି ଦେଶରେ ବରଫର ପାହାଡ଼ ରହିଛି। ନରୱେ ଏମିତି ଏକ ଦେଶ ଯାହା ପ୍ରାକୃତିକ ଦୃଶ୍ୟରାଜିରେ ପରିପୂର୍ଣ୍ଣ। ପର୍ଯ୍ୟଟକମାନେ ଏହାର ମରୋରମ ଦୃଶ୍ୟ ଉପଭୋଗ କରିବାକୁ ଛୁଟିଆସିଥାନ୍ତି। କାରଣ ପୂରା ସହର କେବଳ ପାହାଡ଼ରେ ଘେରା ହୋଇଥାଏ। ଏହି ସ୍ଥାନ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥାଏ।

ନରୱେ ଏପରି ଏକ ଦେଶ, ଯେଉଁଠି ମାତ୍ର ୪୦ ମିନିଟ୍‌ ରାତି ହୋଇଥାଏ। ବାକି ସମୟ ଏଠାରେ ସୂର୍ଯ୍ୟକିରଣ ପଡ଼ିଥାଏ। ଏଠାରେ ସୂର୍ଯ୍ୟ ରାତି ୧୨.୪୩ ରେ ଅସ୍ତ ହୁଅନ୍ତି ଏବଂ ମାତ୍ର ୪୦ ମିନିଟ୍‌ ପରେ ପୁଣି ଉଦୟ ହୁଅନ୍ତି। ଏଠାରେ ରାତି ସାଢ଼େ ଗୋଟାଏ ବେଳେ ସକାଳ ହୋଇଯାଏ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି କ୍ରମଟି ଗୋଟିଏ, ଦୁଇଦିନ ନୁହେଁ, ଅଢ଼େଇ ମାସ ପର୍ଯ୍ୟନ୍ତ ଚାଲିଥାଏ। ସେଥିପାଇଁ ନରୱେକୁ ‘କଣ୍ଟ୍ରି ଅଫ୍‌ ମିଡନାଇଟ୍‌ ସନ୍‌’ ମଧ୍ୟ କୁହାଯାଏ। ଏତଦବ୍ୟତୀତ ମେ ଏବଂ ଜୁଲାଇରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ହେମରଫେଷ୍ଟ ସହରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳେ।। ଏହା ଦେଖିବାକୁ ବହୁତ ସୁନ୍ଦର।

Leave A Reply

Your email address will not be published.