Latest Odisha News

ବିନା ମାଲିକରେ ଶପିଙ୍ଗ କରୁଛି କୁକୁର

ବିନା ମାଲିକରେ ଶପିଙ୍ଗ କରୁଛି କୁକୁର । ଏମିତି ଏକ ଭିଡିଓ ଏବେ ସୋସେିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋଟିଏ କୁକୁର ତାହାର ମାଲିକ ବିନା ସପିଂ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କଥା ହେଉଛି ମାଲିକ ଯାହା ପସନ୍ଦ କରନ୍ତି କୁକୁରକୁ ଭଲ ଭାବେ ଜଣା । ଏହି ଭିଡିଓ ଲୋକଙ୍କ ହୃଦୟ ଜିତିଛି ।

ସାଧାରଣତଃ କୁକୁରକୁ ମନୁଷ୍ୟର ସର୍ବୋତ୍ତମ ସାଥୀ ଭାବରେ ବିବେଚନା କରାଯାଏ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ କୁକୁର ପାଟିରେ ବାସ୍କେଟ ଧରି ପନିପରିବା କିଣିବାକୁ ବାହାରିଛି । ସେ ପରିବା କିଣିବା ପରେ ଦୋକାନୀକୁ ଟଙ୍କା ମଧ୍ୟ ଦେଉଛି । ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନକୁ ପରିବା କିଣିବାକୁ ଯାଉଛି । ବିଶେଷ କଥା ହେଉଛି ସେ ଜାଣନ୍ତି କେଉଁ ପନିପରିବା ମାଲିକଙ୍କ ପସନ୍ଦ । ସେ ଦୋକାନୀଙ୍କଠାରୁ ସମାନ ପନିପରିବା କିଣନ୍ତି । ଏହି ଭିଡ଼ିଓକୁ ଲୋକେ ପସନ୍ଦ କରିବା ସହ କୁୁକୁର ମାଲିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.