Latest Odisha News

BREAKING NEWS

ଢେଙ୍କାନାଳରେ ଥମୁନି ହାତୀ ଦୌରାତ୍ମ୍ୟ: ବିଲ ଦେଖିବାକୁ ଯାଇଥିବାବେଳେ ଚାଷୀଙ୍କୁ କଚାଡି ମାରିଲା ହାତୀ

ଢେଙ୍କାନାଳ: ଥମୁନି ହାତୀ ଆତଙ୍କ  । ଦିନକୁ ଦିନ ହାତୀଙ୍କ ଦୌରାତ୍ମ ବଢିବାରେ ଲାଗିଛି  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ଜୀବନ ହରାଉଛି  । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବନାଞ୍ଚଳ ମଙ୍ଗଳପୁର ଗାଁରେ । ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି  । ମୃତ ଚାଷୀ ରଞ୍ଜିତ୍ ରାଉତ ବୋଲି ଜଣାପଡିଛି  । ସୂଚନା ମୂତାବକ ଆଜି ସକାଳେ ରଞ୍ଜିତ୍ ତାଙ୍କ ଚାଷ ଜମିକୁ ଦେଖିବାକୁ ଯାଇଥିଲେ  ।

ଏତିକି ବେଳେ ଏକ ଦନ୍ତା ହାତୀ ତାଙ୍କୁ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଚାଷୀ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।  ପରେ କଣ୍ଟାବଣିଆ ପୋଲିସ ଏବଂ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।  ଗତ କିଛି ଦିନ ହେବ ସଦର ରେଞ୍ଜ ଅଞ୍ଚଳରେ ବଣୁଆ ହାତୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ହାତୀ ଘଉଡାଇବାରେ ସମ୍ପୂର୍ଣ୍ଣ ଫେଲ ମାରିଛି ବନ ବିଭାଗ  । ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତାଷ ପ୍ରକାଶ ପାଇଛି  ।

Leave A Reply

Your email address will not be published.