Latest Odisha News

BREAKING NEWS

ଜୀବନ ସାରା ଜାରି ରଖନ୍ତୁ ପିଲାଦିନର ଏହି ଖେଳ; ଫିଟ ରହିବ ଶରୀର

ଭୁବନେଶ୍ୱର: ପିଲାଦିନେ ଆମେ ଅନେକ ଖେଳ ଖେଳିଥାଉ। ବୋହୁଚୋରି ଠାରୁ ଆରମ୍ଭ କରି ଚୋରପୋଲିସ, ଲୁଚକାଳି, ଦଉଡି ଡ଼ିଆଁ ଆହୁରି କେତେ କ’ଣ । ତେବେ ପିଲାଦିନର ଅନେକ ଖେଳକୁ ଯଦି ଆମେ ସାରା ଜୀବନ ଚାଲୁ ରଖିବା ତେବେ ଏହା ଆମ ଶରୀରକୁ ଫିଟ ରଖିବା ରେ ସାହାଯ୍ୟ କରିବ। ସେହିଭଳି ଏକ ଖେଳ ହେଉଛି ଦଉଡିଡିଆଁ।

ବର୍ତ୍ତମାନର ବ୍ୟସ୍ତ ଜୀବନଚର୍ଯ୍ୟା ଭିତରେ ନିଜ ଶରୀର ପ୍ରତି ଅଧିକାଂଶ ଲୋକ ଯତ୍ନଶୀଳ ହୋଇପାରୁ ନାହାନ୍ତି । ଫଳରେ ମେଦବହୁଳତା ଓ ଏହାସହ ଜଡିତ ରୋଗର ଶିକାର ହେଉଛନ୍ତି । ତେବେ ସୁସ୍ଥ ରହିବାକୁ ଆପଣ ଦୌଡି ଡିଆଁ ବା ସ୍କିପିଂ ପ୍ରତିଦିନ କରିପାରିବେ । ଆସନ୍ତୁ ଜାଣିବା ସ୍କିପିଂ କରିଲେ କ’ଣ ସୁଫଳ ମିଳେ…

ସ୍କିପିଂ କରିବା ଦ୍ୱାରା ସବୁ ଅଙ୍ଗର ବ୍ୟାୟାମ ହେଉଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଫଳରେ ଶରୀର ସୁସ୍ଥ ରହିବା ସହ ତ୍ୱଚାରେ ଚମକ ଆସିଥାଏ । ଏହାସହ ଶରୀରରୁ ଅତିରିକ୍ତ ଚର୍ବି ମଧ୍ୟ କମିଯାଏ ।

ଏହା ଶରୀରରେ ଅମ୍ଳଜାନର ପରିମାଣ ବୃଦ୍ଧି କରାଏ । ଯାହାଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ମସ୍ତିସ୍କ ସୁସ୍ଥ ରହେ ।

ଦୌଡି ଡିଆଁ ସମୟରେ ଉଭୟ ହାତ ଓ ଗୋଡର ସଞ୍ଚାଳନ ଭଲଭାବେରେ ହୋଇଥାଏ । ଯାହାଦ୍ୱାରା ହାତ, ଗୋଡର ମାଂଶପେଶୀ ଶକ୍ତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧାରୁ ମଧ୍ୟ ମୁକ୍ତି ମିଳେ ।

ଏହି ବ୍ୟାୟାମ କରିବା ଦ୍ୱାରା ଶରୀରରୁ ପ୍ରଚୁର ଝାଳ ବାହାରୁ ଥିବାରୁ ଶରୀରର କ୍ୟାଲୋରୀ ଶୀଘ୍ର ହ୍ରାସ ପାଇଥାଏ । ଯାହା ଶରୀରରୁ ଅଦରକାରୀ ଚର୍ବି ଅଂଶକୁ ବାହାର କରିବାରେ ସାହାଯ୍ୟ କରେ ।

ଦୌଡି ଡିଆଁ ସମୟରେ ଫୁସଫୁସକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପହଞ୍ଚୁଥିବାରୁ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ରକ୍ଷା ମିଳେ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ସ୍କିଫି

ବର୍ତ୍ତମାନର ବ୍ୟସ୍ତ ଜୀବନଚର୍ଯ୍ୟ ଭିତରେ ନିଜ ଶରୀର ପ୍ରତି ଅଧିକାଂଶ ମହିଳା  ଯତ୍ନଶୀଳ ହୋଇ ପାରୁ ନାହାନ୍ତି  । ଫଳରେ ଅନେକେ ,ମେଦବହୁଳତା ଏବଂ ଏହାସହ ଜଡିତ ଅନ୍ୟାନ୍ୟ ରୋଗର  ଶିକାର ହେଉଥାବାର ଦେଖିବାକୁ ମିଳୁଛି ।  ଏ କ୍ଷେତ୍ରରେ ନିଜକୁ ଫିଟ୍ ରଖିବା  ଲାଗି ଏକ୍ସରସାଇଜର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ । ଯଦି ଏଥିପାଇଁ ସମୟ କମ୍। ତେବେ ଆପଣ ସ୍କିଫିଂ କରିପାରିବେ | ଜାଣି ରଖନ୍ତୁ ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ

ସ୍କିପିଂ କରିବା ସମୟରେ ଶରୀରର ପ୍ରତ୍ୟେକ ଅଙ୍ଗର ବ୍ୟାୟାମ ହେଉଥବା ଯୋଗୁ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । ଫଳରେ ଶରୀର ସୁସ୍ଥ ରହିବା ସହିତ ତ୍ଵଚାରେ ମଧ୍ୟ ଚମକ ଆସିଥାଏ । ଏହା ଦ୍ଵାରା ପେଟର ଚର୍ବି ହ୍ରାସ ପାଇଥାଏ ।

ଏହା ଶରୀରରେ ଅମ୍ଳଜାନର ପରିମାଣ ବୃଦ୍ଧି କରିବାରେ ସାହାଯ୍ୟ କରେ । ଫଳରେ ମସ୍ତିଷ୍ଠ ସୁସ୍ଥ ରହିବା ଯୋଗୁ ସ୍ମରଣଶକ୍ତି ବୃଦ୍ଧି ପାଇଥାଏ ଏବଂ ଷ୍ଟ୍ରେସ୍ ଲେଭଲ ମଧ୍ୟ କମିଥାଏ ।

ସ୍କିପିଂ କରିବାବେଳେ ଜୋର୍‌ରେ କିମ୍ବା ଅଧିକ ଉଚ୍ଚକୁ ଡେଇଁବା ଆବଶ୍ୟକ ନାହିଁ । ଡେଇଁବା ସମୟରେ ଧୀରେ ଧୀରେ ବେଗ ବଢାନ୍ତୁ । ଆଉ ସ୍କିଫି ବନ୍ଦ କରିବା ବେଳକୁ ପୁଣିଥରେ ବେଗ ଧୀରେ ଧୀରେ କମାଇ ଦିଅନ୍ତୁ । ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସ୍କିପିଂ ସର୍ବଦା ଖାଲି ପେଟରେ କରିବା ଆବଶ୍ୟକ ।

Leave A Reply

Your email address will not be published.